ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ୨୧ରେ: ବିଜେଡିର ବ୍ୟାପକ ପ୍ରସ୍ତୁତି

ବରଗଡ଼: ଆସନ୍ତା ୨୧ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଆସୁଛନ୍ତି। ବିଜେଡି ପକ୍ଷରୁ ଏ ପରିପ୍ରେକ୍ଷୀରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଶୁକ୍ରବାର ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ବରଗଡ଼ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ଜମ୍ମୁ କାଶ୍ମିର ପୁଲବାମାଠାରେ ସହିଦ ହୋଇଥିବା ଯବାନମାନଙ୍କ ସ୍ମୃତିରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ା ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତର ବିଭିନ୍ନ ବିବରଣୀ ଉପସ୍ଥାପନ କରିଥିଲେ। ଉକ୍ତ ସମାବେଶରେ ନିର୍ବାଚନ ମଣ୍ତଳୀରୁ ୨୦ ହଜାରରୁ ଊର୍ଦ୍ଧ୍ବ କର୍ମୀ ଯୋଗଦେବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲୁୁବୁରୁ ସାହୁ, ଜୟଦେବ ଗଡ଼ତିଆ, ବରିଷ୍ଠ ବିଜେଡି ନେତା ଗଜରାଜ ବିଶି, ଆନନ୍ଦ ପୁଝାରୀ, ପୂର୍ବତନ ସରପଞ୍ଚ କ୍ଷୀରୋଦ୍ର ସାହୁ, ଯୁବନେତା ଅଶ୍ବିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କିପରି ଏହି ସମାବେଶରେ ବରଗଡ଼ ନିର୍ବାଚନ ମଣ୍ତଳୀର ବହୁ ସଂଖ୍ୟାରେ କର୍ମୀ ଓ ସମର୍ଥକ ଯୋଗଦେବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ା ବୈଠକରେ ବରଗଡ଼ ବ୍ଲକର ସମସ୍ତ ପଞ୍ଚାୟତର ବହୁ ବିଜେଡି କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ ା

ସମ୍ବନ୍ଧିତ ଖବର