ଥୁଆପାଲି: ବରଗଡ ଜିଲ୍ଲା ଗୋଡ଼ଭଗା--ତୁରୁମ ରାସ୍ତାର ଭେଡେନ ଥାନା ଋଷୁଡା ଫାଣ୍ଡି ଅନ୍ତର୍ଗତ ତୁରୁମ ବ୍ରିଜ ନିକଟରେ ଜଣେ ଯୁବକର କ୍ଷତାକ୍ତ ମୃତଦେହକୁ ସକାଳ ୯ ଟାରେ ଫାଣ୍ଡି ପୋଲିସ ଜବତ କରିଛି। ଯୁବକର ଆନୁମାନିକ ବୟସ ୪୦ ହେବ ବୋଲି ପୁଲିସ କହିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ତାର ପରିଚୟ ଜଣାପଡିନଥିବାବେଳେ ତା’ଶରୀରର ଅନେକ ସ୍ଥାନରେ କ୍ଷତାକ୍ତ ଚିହ୍ନ ରହିଛି। ହେଲେ କିଛି ଲୋକ ଏହା ଦୁର୍ଘଟଣା ବୋଲି କହୁଥିଲେ ସୁଦ୍ଧା ରାସ୍ତାକଡରେ କୌଣସି ସ୍ଥାନରେ ହତ୍ୟା କରାଯାଇ ଏଠାରେ ଫିଙ୍ଗି ଦେଇଥିବା ନେଇ ଚର୍ଚା ହେଉଛି। ତଦନ୍ତ କଲାପରେ ହତ୍ୟା କି ଦୁର୍ଘଟଣା କହିହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/1b01c24e-b55f-4069-a211-019d450db26d.jpg)