ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ୱାର୍ଡ ନମ୍ବର ୯ କଇଁରାଟିକ୍ରା ରାସ୍ତାକଡରେ ପୁଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତ ଵ୍ୟକ୍ତି ୱାର୍ଡ ନମ୍ବର ୭ର ଆଶିଷ ସାହୁ( ୩୮) ହୋଇଥିବା ଜଣାପଡ଼ିଛି। ପୁଲିସ ସନ୍ଧାନୀ କୁକୁର ସହାୟତା ନେଇ ଏହାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, , ଆଶିଷ ଦୁଇଦିନ ହେବ ଘରକୁ ଫେରିନଥିଲା। ଏଣୁ ପରିବାର ଲୋକେ ତାଙ୍କ ଫୋନକୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କୁ ଯୋଗାଯୋଗ ହୋଇପାରିନଥିଲା । ଏଣୁ ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ। ଆଜି ହଠାତ୍ ଏକ ଶବ ପଡ଼ିଥିବା ଖବର ପାଇ ସେଠାକୁ ଦେଖିଲାବେଳେ ଯୁବକଟି ଆଶିଷ ବୋଲି ଜଣାପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/maxresdefault-3.jpg)