ବରପାଲିରେ ଯୁବକର ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ୱାର୍ଡ ନମ୍ବର ୯ କଇଁରାଟିକ୍ରା ରାସ୍ତାକଡରେ ପୁଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତ ଵ୍ୟକ୍ତି  ୱାର୍ଡ ନମ୍ବର ୭ର ଆଶିଷ ସାହୁ( ୩୮) ହୋଇଥିବା ଜଣାପଡ଼ିଛି। ପୁଲିସ  ସନ୍ଧାନୀ କୁକୁର ସହାୟତା ନେଇ ଏହାର ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, , ଆଶିଷ ଦୁଇଦିନ ହେବ ଘରକୁ ଫେରିନଥିଲା। ଏଣୁ ପରିବାର ଲୋକେ ତାଙ୍କ ଫୋନକୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କୁ ଯୋଗାଯୋଗ ହୋଇପାରିନଥିଲା । ଏଣୁ ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ। ଆଜି ହଠାତ୍ ଏକ ଶବ ପଡ଼ିଥିବା ଖବର ପାଇ ସେଠାକୁ ଦେଖିଲାବେଳେ ଯୁବକଟି ଆଶିଷ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର