ଧନୁଯାତ୍ରା ପାଇଁ ଏଣିକି ୨୦ ଲକ୍ଷ ଅନୁଦାନ

ମଥୁରାନଗରୀ: ପୂର୍ବରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କା ଅନୁଦାନ ଆସୁଥିଲା। ଆସନ୍ତା ବର୍ଷରୁ ଏହି ଅନୁଦାନ ରାଶି ୨୦ଲକ୍ଷ ଟଙ୍କା ହେବ ବୋଲି ମହାରାଜ କଂସଙ୍କ ସମ୍ମୁଖରେ ରାଜଅତିଥି ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଛନ୍ତି। ପୂର୍ବରୁ ବିଧାୟକ ଦେବେଶ ଆଚାର୍ଯ୍ୟ ରାଜଦରବାରରେ ଅନୁଦାନ ରାଶି ବୃଦ୍ଧି କରିବା ପାଇଁ ମନ୍ତ୍ରୀଙ୍କ ସମ୍ମୁଖରେ ଦାବି ରଖିଥିଲେ। ସେହିପରି ମଥୁରାନଗରୀରେ କଳାକାର ଭତ୍ତା ପାଇଁ ଆବେଦନକାରୀ ସଂଖ୍ୟା ଆହୁରି ୨ହଜାର ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଘୋଷଣା କରିଛନ୍ତି। ଅନ୍ୟତମ ରାଜଅତିଥି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ମଥୁରାନଗରୀର ସର୍ବାଂଗୀନ ଉନ୍ନତି ସକାଶେ ପ୍ରୟାସ ଚାଲିଛି ବୋଲି ମହାରାଜ କଂସଙ୍କୁ ଜଣାଇଥିଲେ। ଏହାବାଦ ମଥୁରାନଗରୀରେ କଲ୍‌ଚରାଲ ଷ୍ଟାଡିୟମ ପାଇଁ ପଦକ୍ଷେପ ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଡିଆଇଜି ସତ୍ୟବ୍ରତ ଭୋଇ ଧନୁଯାତ୍ରାକୁ ଭାଇଚାରା ଏବଂ ଭାତୃତ୍ବର ପର୍ବ‌ ବୋଲି ବିବେଚନା କରିଥିଲେ।

ସମ୍ବନ୍ଧିତ ଖବର