ପୁଷପୁନି ଛୁଟି ବାତିଲ ନେଇ ଅସନ୍ତୋଷ

ବିଜେପୁର: ପୁଷପୁନି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ। ହେଲେ, ଆଗାମୀ ୨୦୧୮ ବର୍ଷରେ ସରକାରୀ ଛୁଟି ତାଲିକାରେ ଏହା ବାଦ୍‌ ପଡିଛି। ଗୋଟିଏ ଶିକ୍ଷାନୁଷ୍ଠାନକୁ ପଷପୁନି ଛୁଟି ଦିଆଯାଇଥିବା ବେଳେ ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ ଛୁଟି ତାଲିକାରୁ ଏହାକୁ ବାତିଲ କରାଯିବା କେତେଦୂର ସମୀଚୀନ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଓଡ଼ିଶା ସରକାରଙ୍କ ପତ୍ର ସଂଖ୍ୟା ୨୧୩୨୬ ତା.୨୫.୧୧.୨୦୧୭ କ୍ରମେ ଏସସି/ଏସଟି ଆଶ୍ରମ ବିଦ୍ୟାଳୟଙ୍କୁ ଆସିଥିବା ସରକାରୀ ଛୁଟି ତାଲିକାରେ ପୁଷପୁନି ଛୁଟି ସାମିଲ କରାଯାଇଛି। କିନ୍ତୁ, ଏଲିମେନ୍ଟାରି ସ୍କୁଲକୁ ଆସିଥିବା ପତ୍ର ସଂଖ୍ୟା ୨୫୮୬୩ ତା. ୨୬.୧୨.୨୦୧୭ରେ ଛୁଟି ତାଲିକାରୁ ପୁଷପୁନି ଛୁଟିକୁ ବାତିଲ କରାଯାଇଛି। ଫଳରେ ଓଡ଼ିଶା ଗଣଶିକ୍ଷା ବିଭାଗର ଏଭଳି ନୀତି ପଶ୍ଚିମ ଓଡ଼ିଶାର ସ୍ୱାଭିମାନକୁ ଆଘାତ ଦେଇଛି ବୋଲି ଆଲୋଚନା ଯୋର ଧରିଛି। ଏନେଇ ଅସନ୍ତୋଷ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର