ବିଜେପୁର,: ବର୍ଷା ଅଭାବରୁ ବିଜେପୁର ବ୍ଲକରେ ଚାଷର ସ୍ଥିତି ନୈରାଶ୍ୟଜନକ ରହିଥିବାବେଳେ ତାଳପଦର ଗ୍ରାମରେ ଉଜୁଡିଯାଇଥିବା ଫସଲ ଦେଖି ଚାଷୀମାନେ କାନ୍ଦିପକାଇବା ଭଳିି ସମ୍ବେଦନଶୀଳ ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କୃଷି ବିଭାଗର ଅଧିକାରୀମାନେ ପରିଦର୍ଶନ କରିଛନ୍ତି। ବିଜେପୁର କୃଷି ସୂଚନା ଓ ପରାମର୍ଶ ଅଧିକାରୀ ଲକ୍ଷ୍ମୀନରାୟଣ ପଟେଲ, ଭିଏଡବ୍ଲୁ ପରମାନନ୍ଦ ଭୁଏ, ଏଟିଏମ୍ ଦିବ୍ୟଦର୍ଶି ସାହୁ ପ୍ରମୁଖ ତାଲପଦର ଗ୍ରାମ ପରିଦର୍ଶନରେ ଆସି ବାହାଦୁର ପଧାନ, ତୋଷରାଜ ପଧାନ, ମନ ମହାନନ୍ଦ, ତୃତୀୟା ଭରାସାଗର, ପ୍ରଦୀପ ଭରାସାଗର ତଥା କନପୁରୀ ରାସ୍ତାର କେତେକ ଚାଷୀଙ୍କ ଚାଷଜମିକୁ ଦେଖିଥିଲେ ା ଏ ସ˚କ୍ରାନ୍ତରେ ରାଜସ୍ବ ବିଭାଗ ଏବ˚ ଅନ୍ୟାନ୍ୟ କତ୍ତୃର୍ପକ୍ଷଙ୍କୁ ସେ ଅବଗତ କରିବେ ଏବ˚ ବିଭାଗୀୟ ପଦକ୍ଷେପ ନିଆଯିବ ବୋଲି କୃଷି ଅଧିକାରୀ ଜଣକ କହିଛନ୍ତି।
ବର୍ଷାଭାବ: ଉଜୁଡ଼ା ଫସଲ ଦେଖିଲେ କୃଷି ଅଧିକାରୀ
/sambad/media/post_attachments/wp-content/uploads/2018/10/brgh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)