ବରଗଡ଼: ବର୍ତ୍ତମାନ ସାରା ଦେଶରେ ଏକ ପ୍ରକାର ନିର୍ବାଚନ ମାହୋଲ ପରିଲକ୍ଷିତ ହେଉଥିବା ବେଳେ ବିଜେପୁର ଉପନିର୍ବାଚନ ଉପରେ ସବୁ ଦଳର ତୀକ୍ଷ୍ଣ ନଜର ରହିଛି। ଆଗକୁ ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଜେପୁର ଉପନିର୍ବାଚନ ସବୁ ଦଳ ପାଇଁ କର ବା ମର ସ୍ଥିତି ହୋଇଛି। ବିଜେପୁର ଉପନିର୍ବାଚନକୁ ନେଇ ରାଜନୈତିକ ବାତାବରଣରେ ପ୍ରତ୍ୟହ ନୂଆ ନୂଆ ଘଟଣାକ୍ରମକୁ ଚର୍ଚ୍ଚା ଜୋର ଧରିଛି। ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ସାମିଲ ହେବା ଏବଂ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରାର୍ଥିତ୍ୱ ଘୋଷଣା କରି ସାରିଥିବା ବେଳେ ସ୍ୱର୍ଗତ ସୁବଳ ସାହୁଙ୍କ ଅତ୍ୟନ୍ତ ଅନୁଗତ କଂଗ୍ରେସ ଯୁବନେତା ବର୍ତ୍ତମାନର ବରପାଲି ଏନଏସି ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ବିଜେଡିରେ ସାମିଲ ହୋଇଛନ୍ତି।
ଭୁବନେଶ୍ୱରରେ ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏନଏସି ଅଧ୍ୟକ୍ଷା ମୀନା ସେଠ, ଉପାଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କୁ ମିଶାଇ ୮ ଜଣ କାଉନସିଲର ବିଜେଡିରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ୧୧ ଓ୍ଵାର୍ଡ ବିଶିଷ୍ଟ ବରପାଲି ଏନ୍ଏସିରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ମିଶାଇ ୮ ଜଣ କଂଗ୍ରେସ କାଉନସିଲର ଥିବାବେଳେ ୩ ବିଜେଡି କାଉନସିଲର ଅଛନ୍ତି। ଏଠାରେ ବିଜେପି ଖାତା ଖୋଲି ପାରିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/BJD-Biju-Janata-Dal-logo.jpg)