ବିଜେଡି ଛାଡ଼ିଲେ ପୂର୍ବ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ

ବରପାଲି, : ବିଜେପୁର ଉପନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତା ଓ କର୍ମୀଙ୍କ ଇସ୍ତଫା ଏବଂ ମିଶ୍ରଣ ପର୍ବ ଜାରି ରହିଛି। ଦଳ ଛାଡ଼ୁଥିବା ନେତା କିମ୍ବା କର୍ମୀଙ୍କ ଗୋଟିଏ ଅଭିଯୋଗ ଯେ ଦଳରେ ତାଙ୍କୁ କୋଣଠେସା କରି ରଖାଯାଇଛି। ଏଥିରେ ଆଉ ଗୋଟିଏ ଫର୍ଦ ଯୋଡ଼ିଛନ୍ତି ବରପାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ବ୍ଲକ ସଭାପତି ଧୀରଜ ପ୍ରଧାନ। ତେବେ ଶ୍ରୀ ପ୍ରଧାନ କେଉଁ ଦଳକୁ ଯିବେ, ତାହାର ସ୍ପଷ୍ଟ ସଂକେତ ଦେଇନାହାନ୍ତି। ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଜୁ ବାବୁଙ୍କ ଆଦର୍ଶକୁ ଅନୁସରଣ କରି ବିଜେଡି ଦଳ ପାଇଁ କାର୍ଯ୍ୟ କରି ଆସୁଥିଲେ। ତେବେ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କଲାପରେ ଦଳ ବାଟବଣା ହୋଇଯାଇଛି। ତେଣୁ ଦଳୀୟ ସଂଗଠନରେ ନରହି ସେ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ସଭାପତି ବିଜୟରଞ୍ଜନ ସିଂ ବରିହାଙ୍କୁ ପଠାଇଥିବା କହିଛନ୍ତି। ସେହିପରି ବରପାଲି ବ୍ଲକ ଭଟିଗାଁ ପଞ୍ଚାୟତ ସରପଞ୍ଚ ରାତ୍ର ମହାନନ୍ଦ ଓ ପୁରୁଖା କର୍ମୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର