କଟକ/ଚୌଦ୍ବାର-ମଙ୍ଗୁଳି : ନିଜକୁ ପୁଲିସ ଇନସ୍ପେକ୍ଟର୍ ପରିଚୟ ଦେଉଥିବା ଜଣେ ମହିଳା ଆଜି ପୁଲିସ୍ ହାତରେ ଧରାପଡ଼ିଛି। ଗିରଫ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଡେରାବିଶର ସୁଲତାନ ବେଗମ୍। ପୁଲିସ ତାଙ୍କ ଠାରୁ ନକଲି ପୁଲିସ ପୋଷାକ ସହିତ ପୁଲିସ ଷ୍ଟାର୍, ବେଲ୍ଟ, ଆଧାର କାର୍ଡ, ଏସ୍ବିଆଇ ପାସ୍ବୁକ, ହିରୋ ମାଏଷ୍ଟ୍ରୋ(ଓଡି ୦୪କେ-୦୦୩୦) ଏବଂ ଜନ୍ମ ପ୍ରମାଣପତ୍ର ଜବତ୍ କରିଛି। ସୁଲତାନ୍ ବାରମ୍ବାର ପରିଚୟ ଓ ପଦବି ବଦଳାଇବାରୁ ତାଙ୍କ ଉପରେ ଲୋକଙ୍କ ସନ୍ଦେହ ହୋଇଥିଲା। ଥାନାରେ ଅଭିଯୋଗ ପରେ ପୁଲିସ୍ ସେ ଭଡ଼ାରେ ରହୁଥିବା ଘର ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ପରେ ହିଁ ତାଙ୍କର ପ୍ରକୃତ ପରିଚୟ ମିଳିଥିଲା। ପୁଲିସ ସୁଲତାନଙ୍କ ବିରୋଧରେ ଦଫା ୪୧୯, ୪୨୦ରେ ମାମଲା ରୁଜୁ କରି ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ମାହାଙ୍ଗାରେ ଗୁଳି କରି ଲୁଟ୍
/sambad/media/post_attachments/wp-content/uploads/2018/10/Mahanga-golikanda1-300x173.jpg)
ମାହାଙ୍ଗା : ମାହାଙ୍ଗା ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି-ଲଲିତଗିରି ପୂର୍ତ୍ତ ରାସ୍ତାର ଗୋତରା ସେନାପତିସାହିଗଡ଼ା ନିକଟରେ ଆଜି ଦୁର୍ବୃତ୍ତମାନେ ଜଣେ ମେଡ଼ିକାଲ୍ ରିପ୍ରେଜେଣ୍ଟେଟିଭ୍ଙ୍କୁ ଗୁଳି କରି ଟଙ୍କା ଓ ମୋବାଇଲ୍ ଲୁଟି ନେଇଛନ୍ତି। ଗୁଳିମାଡ଼ରେ ଆହତ ଯୁବକଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହିତ ଅପରାଧୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ଆହତ ଯୁବକ ହେଲେମାହାଙ୍ଗା ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମର ପର୍ଶୁରାମ ଜେନାଙ୍କ ପୁଅ ଭାସ୍କର ଜେନା (୩୨) ।
ଦନ୍ତା ମାରି ଦାନ୍ତ ଲୁଟିନେଲେ
ଅମ୍ବାଭୋନା : ବରଗଡ଼ ଜିଲ୍ଲା ବାରପାହାଡ଼-ଡେବ୍ରିଗଡ଼ ଜଙ୍ଗଲରେ ଶିକାରୀମାନେ ଗୋଟିଏ ଅଣ୍ଡିରା ହାତୀ ଶିକାର କରିବା ସହ ଦାନ୍ତକୁ କାଟି ନେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଭଟଲି ରେଞ୍ଜ୍ ଅନ୍ତର୍ଗତ ଅମ୍ବାଭୋନା ବ୍ଲକ ଡୁଙ୍ଗୁରୀ ଜଙ୍ଗଲରେ ଏହି ଘଟଣା ଘଟିଛି। ଜଂଗଲ ଭିତରେ ବିଦ୍ୟୁତ ତାର ବିଛାଯାଇ ଏହି ଶିକାର କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Choudwar-Gurudijhatia-ff.jpg)