ବରଗଡ଼/ଭଦ୍ରକ : ଚାଷୀ ଋଣ ବୋଝ ସହି ନପାରି ୨ଜଣ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଳାର ଭାବଗ୍ରାହୀ ଦାସ (୬୨) ଏବଂ ବରଗଡ଼ ଜିଲ୍ଲାର ଗୋବିନ୍ଦ ଆଚାର୍ଯ୍ୟ(୫୫) ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବରଗଡ଼ ଜିଲ୍ଲାର ଭଟ୍ଲି ବ୍ଲକ୍ ଅନ୍ତର୍ଗତ ଟୁକୁର୍ଲା ଗ୍ରାମର ଗୋବିନ୍ଦ ଆଚାର୍ଯ୍ୟ ନାମକ ଚାଷୀ ବିଷ ପିଈ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି । ସୋମବାର ସେ ଘର ପଛପଟେ ଥିବା ବାଡ଼ିରେ ବିଷ ପିଇ ଦେଇଥିଲେ । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଶେଷରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନ ସୁଧୁରିବାରୁ ତାଙ୍କୁ ବଡ଼ ବୁର୍ଲା ବଡ଼ ମେଡ଼ିକାଲଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟ ହୋଇଥିଲା ।
ସୂଚନା ଅନୁଯାୟୀ, ମୃତ ଗୋବିନ୍ଦ ଆଚାର୍ଯ୍ୟ ତାଙ୍କ ସାଢ଼େ ୬ଏକର ଜମିରେ ଧାନ ଚାଷ କରିଥିଲେ । ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଯିବା ଫଳରେ ସେ ମାତ୍ର ୨୫ବସ୍ତା ଧାନ ଅମଳ କରି ପାରିଥିଲେ । ଏହି ଫସଲ ପାଇଁ ସେ ଚଢ଼େଇ ଗାଁ ସୋସାଇଟିରୁ ୪୫,୦୦୦ ଟଙ୍କା ଋଣ ନେଇଥିବା ବେଳେ ପ୍ରାୟ ଏକ ଲକ୍ଷଟଙ୍କା ହାତ ଉଧାରି କରିଥିଲେ। ଫସଲ ନଷ୍ଟ ହେବା ପରେ ଅଚାର୍ଯ୍ୟ ଚିନ୍ତିତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ସେହିପରି ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ କେଳାସାହି ଗ୍ରାମରେ ଭାବଗ୍ରାହୀ ଦାସ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।