ଅମ୍ବାଭୋନା: ଧାନ ବିକ୍ରି ସମସ୍ୟା ନେଇ  ଭୁକ୍ତାରେ ରାସ୍ତା ଅବରୋଧ କଲେ ଚାଷୀ

ଅମ୍ବାଭୋନା: ଚାଷୀଙ୍କ ଧାନ ସମସ୍ୟା ନେଇ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ମାର୍କେଟ ୟାର୍ଡ ସମ୍ମୁଖରେ  ଅମ୍ବାଭୋନା ଲାଲବାହାଦୂର କୃଷକ ସଂଗଠନର ଆହ୍ବାନ କ୍ରମେ ଶତାଧିକ ଚାଷୀ ସାମିଲ୍‌ ହୋଇ ଆନ୍ଦୋଳନ କରିଛନ୍ତି। ଚାଷୀମାନେ ରାସ୍ତାରେ  ଧାନ ପକାଇ ଓ ଟ୍ରାକ୍ଟର ରଖି ରାସ୍ତାକୁ ଅବରୋଧ କରିଛନ୍ତି। ପ୍ରଶାସନିକ ଉଦାସୀନତା ଯୋଗୁ ଭୁକ୍ତା, ଅମ୍ବାଭୋନା, ଲଖନପୁର, କଣ୍ତପଲା ଅଞ୍ଚଳର ହଜାର ଧାନ ବସ୍ତା ମଣ୍ତିରେ ପଡିଛି ଏବଂ ଏହି ଧାନ ବିକ୍ରି କରାଯାଉ ନଥିବାରୁ  ଚାଷୀ ମହଲରେ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଅଭିଯୋଗ ହୋଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ପହଞ୍ଚି ନାହାନ୍ତି। ଏହି ରାସ୍ତା ଅବରୋଧ ଯୋଗୁ ଛତିଶଗଡ଼ ଓ ବରଗଡ଼ର ବସ୍‌ ଓ ଚାରିଚକିଆ ଯାନବାହନ ଚଳାଚଳ ବନ୍ଦ ହୋଇଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର