ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ସହର କଣ୍ଟାପଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଛି। ଏ ନେଇ ଖବର ପାଇବା ପରେ ପୁଲିସ୍ ମାମଲା ରୁଜୁ କରିବା ସହ ହତ୍ୟାକାରୀକୁ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ୍ର ସୂଚନାନୁସାରେ ଶୁକ୍ରବାର ସନ୍ଧ୍ୟାରେ କଣ୍ଟାପଡ଼ା ନିବାସୀ ଜୟକୃଷ୍ଣ ପ୍ରଧାନ (୫୮) ଓ ତାଙ୍କ ପୁଅ ମଙ୍ଗେଶ ପ୍ରଧାନ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ମଙ୍ଗେଶ ଘରେ ଥିବା ଟାଙ୍ଗିଆ ଆଣି ଆକ୍ରମଣ କରିବାରୁ ଜୟକୃଷ୍ଣ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ନେବା ବାଟରେ ମହୁଲପାଲି ଗାଁ ନିକଟରେ ଜୟକୃଷ୍ଣଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପଦ୍ମପୁର ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମଙ୍ଗେଶକୁ ଗିରଫ କରିଛି। ଏ ନେଇ ଥାନା କେସ୍ ନଂ. ୧୭୦, ଆଇପିସିର ଧାରା ୩୦୨ରେ ମାମଲା ରୁଜ ହୋଇଥିବା ବେଳେ ଏଏସ୍ଆଇ ଆର୍. ପାତ୍ର ତଦନ୍ତ କରୁଥିବା ଜଣାପଡ଼ିଛି।
ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ
/sambad/media/post_attachments/wp-content/uploads/2017/10/Mruta-Jayakrushna-Pradhan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)