ଗୋବିନ୍ଦପୁରରେ ଅଗ୍ନିକାଣ୍ଡ, ୬ ପରିବାରର ୧୨ ବଖରା ଧ୍ୱସ୍ତ

ରେଢ଼ାଖୋଲ: ରେଢ଼ାଖୋଲ ଥାନା ତ୍ରିବଣପୁର ପଞ୍ଚାୟତ ଗୋବିନ୍ଦପୁର ଗାଁରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୧୨ ବଖରା ଘର ଧ୍ୱସ୍ତ ହୋଇଯାଇଛି। ଅଭିଯୋଗ ଅନୁସାରେ ଗୁରୁବାର ରାତିରେ କୌଣସି କାରଣରୁ ପ୍ରଶାନ୍ତ ନାୟକ, ଶଙ୍କର ନାୟକ, ବରୁଣ ନାୟକ, ଧରଣୀଧର ନାୟକ, ଦୁଃଖୁ କୁମୁରା, କରୁଣା ନାୟକଙ୍କ ଘରେ ନିଆଁ ଲାଗି ଯାଇଥିଲା। ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ସମସ୍ତ ଆସବାବପତ୍ର ସହ କପଡ଼ା ଲତା, ଟଙ୍କା ପଇସା ଓ ଧାନ ଚାଉଳ ପୋଡ଼ି ସାରିଥିବା ବିପନ୍ନ ପରିବାରଗୁଡ଼ିକ ଅଭିଯୋଗ କରିଛନ୍ତି। ସମସ୍ତ ପରିବାର ବିପିଏଲ୍‌ ଶ୍ରେଣୀର ହୋଇଥିବାରୁ ରାଜସ୍ୱ ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଓ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର