ବରପାଲି : ବରଗଡ଼ ଜିଲ୍ଲା ବରପାଲି ଜଗନ୍ନାଥ ନଗର, ଏନଏଚ-୨୬ ରାଜପଥ ଗାନ୍ଧୀ କ୍ଲବ ନିକଟରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବାଣ ଉଦ୍ଧାର କରାଯାଇଛି । ବରପାଲି ପୋଲିସ ଆଇଆଇସି ରୋଜାଲିନ ପଟେଲଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା ।
ତେବେ ଉକ୍ତ ବ୍ୟବସାୟୀମାନଙ୍କୁ ପଚରାଉଚୁରା ପରେ ଛାଡି ଦିଆଯାଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ କେସ ନମ୍ବର ୩୨୦,୩୨୧,୩୨୨ ରେ ମାମଲା ଦାୟର କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।
କରୋନା ମହାମାରୀ ଚାଲିଥିବାରୁ ଏଥର ଦିପାବଳୀରେ ବାଣ ବିକ୍ରି ଓ ଫୁଟାଇବାକୁ ନିଷିଦ୍ଧ କରାଯାଇଛି । ତେବେ ବାଣ ବ୍ୟବସାୟୀମାନେ ବ୍ୟବସାୟ ପାଇଁ ବହୁ ଆଗରୁ ବିଭିନ୍ନ ବାଣ ଡିପୋଗୁଡ଼ିକରୁ ବାଣ ଆଣି ଗଚ୍ଛିତ ରଖିଥିଲେ । ମାତ୍ର କଟକଣା ଲାଗୁ ହେବା ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବାଣ ଜବତ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/cracker.jpg)