ବରପାଲିରେ ବିପୁଳ ପରିମାଣରେ ବାଣ ଉଦ୍ଧାର

ବରପାଲି : ବରଗଡ଼ ଜିଲ୍ଲା ବରପାଲି ଜଗନ୍ନାଥ ନଗର, ଏନଏଚ-୨୬ ରାଜପଥ ଗାନ୍ଧୀ କ୍ଲବ ନିକଟରେ ପୋଲିସ  ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବାଣ ଉଦ୍ଧାର କରାଯାଇଛି ।  ବରପାଲି ପୋଲିସ ଆଇଆଇସି ରୋଜାଲିନ ପଟେଲଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା ।

ତେବେ  ଉକ୍ତ ବ୍ୟବସାୟୀମାନଙ୍କୁ ପଚରାଉଚୁରା ପରେ ଛାଡି ଦିଆଯାଇଥିବା ବେଳେ  ସେମାନଙ୍କ ବିରୁଦ୍ଧରେ କେସ ନମ୍ବର ୩୨୦,୩୨୧,୩୨୨ ରେ ମାମଲା ଦାୟର  କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

କରୋନା ମହାମାରୀ ଚାଲିଥିବାରୁ ଏଥର ଦିପାବଳୀରେ ବାଣ ବିକ୍ରି ଓ ଫୁଟାଇବାକୁ ନିଷିଦ୍ଧ କରାଯାଇଛି । ତେବେ ବାଣ ବ୍ୟବସାୟୀମାନେ  ବ୍ୟବସାୟ ପାଇଁ ବହୁ ଆଗରୁ  ବିଭିନ୍ନ ବାଣ ଡିପୋଗୁଡ଼ିକରୁ ବାଣ ଆଣି ଗଚ୍ଛିତ ରଖିଥିଲେ । ମାତ୍ର କଟକଣା ଲାଗୁ ହେବା ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବାଣ ଜବତ କରାଯାଉଛି ।

 

ସମ୍ବନ୍ଧିତ ଖବର

Comments are closed.