ବରଗଡ଼: ଦୁର୍ବୃତ୍ତ ଝାମ୍ପିନେଲେ ୪ଲକ୍ଷ ଟଙ୍କା

ବରଗଡ଼: ବ୍ୟାଙ୍କକୁ ଜମା କରିବାକୁ ଆସିଥିବା ଜଣେ ଜମାକାରୀଙ୍କଠାରୁ ମଙ୍ଗଳବାର ଦୁର୍ବୃତ୍ତମାନେ ୪ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଯୋଗୀ କର ନାମରେ ଜଣେ ଗ୍ରାହକଙ୍କ ଠାରୁ ଏଚ୍‌ଡିଏଫସି ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି। ୨ଜଈ ଦୁର୍ବୃତ୍ତ ବାଇକରେ ଆସି ଟଙ୍କା ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର