ପାଟଣାଗଡ଼: ପଢ଼ା ସାରି ଘରକୁ ଫେରୁଥିବା ବେଳେ ପାଟଣାଗଡ଼ ଜବାହର କଲେଜର ଜଣେ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାଟଣାଗଡ଼ ବ୍ଲକ ରାକ୍ଷୀଉଡ଼ାର ଗାଁର ଉକ୍ତ ଛାତ୍ରୀ ଜଣକ ଗୁରୁବାର କଲେଜରୁ ନିଜ ଘରକୁ ଫେରୁଥିଲେ। ପାଟଣାଗଡ଼- ଘସିଏନ ରାସ୍ତାର ବରପଦର ପୋଲ ନିକଟରେ ଦୁଇଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଆହତ ଛାତ୍ରୀ ଓ ପରିବାରବର୍ଗଙ୍କ ପକ୍ଷରୁ ପାଟଣାଗଡ଼ ଥାନାରେ ପଞ୍ଚାନନ ନାଗ ଓ ରବୀନ୍ଦ୍ର ସୁନାଙ୍କ ନାମରେ ଅଭିଯୋଗ ହୋଇଛି। ପୂର୍ବରୁ ପାରିବାରିକ କଳହ ଯୋଗୁଁ ଆକ୍ରମଣ ହୋଇଥିବା ନେଇ ଥାନାଧିକାରୀ ବାରିଣୀ ଦାଶ କହିଛନ୍ତି।
କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2018/09/man-gangraped_1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)