ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ପଦ୍ମପୁର: ଏକ ଆଦିବାସୀ ସ୍କୁଲରେ ପଢ଼ୁଥିବା ୧୪ ବର୍ଷିଆ ଛାତ୍ରୀକୁ ନେଇ ଜଣେ ନାବାଳକ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଦିନ ୧୦ଟାରେ ଛାତ୍ରୀ ଜଣକ ସ୍କୁଲକୁ ଆସିଥିବା ବେଳେ ଅପରାହ୍‌ଣରେ ସୋହେଲା ଥାନା ଗ୍ରିଂଜେଲ ଗାଁର ଜଣେ ବାଳକ ଛାତ୍ରୀକୁ କୁଆଡ଼େ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ପଦ୍ମପୁର ଥାନାରେ ଏନେଇ ଏକ ଏତଲା ଦିଆଯାଇଛି। ପୁଲିସ କେସ୍‌ ନଂ ୨୫-୩୬୬/୩୬୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପଦ୍ମପୁର ଆଇଆଇସି ଯଶୋବନ୍ତ ନାରାୟଣ ପ୍ରଧାନୀଙ୍କ ତତ୍ୱାବଧାନରେ ଏଏସଆଇ ଲକ୍ଷ୍ମୀଧର ପାଇକରାୟ ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର