ବରଗଡ଼: ବରଗଡ଼ ଜିଲ୍ଲା ମେଣ୍ଢାପାଲିରେ ଏକ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଡୁଙ୍ଗୁରି ଚୂନପଥର ଖଣିରୁ ଏସିସି ସିମେଣ୍ଟ କାରଖାନାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ତେବେ ଏଥିରେ କେହି ଆହତ ହୋଇ ନଥିବା ସାଙ୍ଗକୁ କୌଣସି କ୍ଷୟକ୍ଷତି ହୋଇନଥିବା କୁହାଯାଉଛି।
ଏହି ରାସ୍ତାରେ ମାଲବାହୀ ଟ୍ରେନର ଗତି ଘଣ୍ଟା ପ୍ରତି ୧୦ରୁ ୧୫ କିଲୋମିଟର ଥିବା ସତ୍ତ୍ବେ ଏଭଳି ଅଘଟଣ ଅନେକ ଥର ଘଟିଛି। ତେବେ ଏହା ଏସିସି ସିମେଣ୍ଟ କାରଖାନାର ଘରୋଇ ରେଳ ଲାଇନ୍। ଏହାର ଭାରତୀୟ ରେଳବାଇ ସହିତ କୌଣସି ସଂପର୍କ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/b-5.jpg)