ବରଗଡ଼/ପଦ୍ମପୁର/ପାଇକମାଳ: ଗତକାଲି ଜିଏସଟି ବିଭାଗର ଯେଉଁ ଚଢ଼ଉ ଆରମ୍ଭ ହୋଇଥିଲା, ତାହା ଏବେ ଏକ ବ୍ୟବସାୟ ପ୍ରତିଷ୍ଠାନରେ ବି ଜାରି ରହିଛି। ସୂଚନା ଅନୁଯାୟୀ, ମିନାକ୍ଷୀ ଜୁଏଲର୍ସରେ ଆଜି ସକାଳ ଯାଏ ବି ଜିଏସଟି ଚଢ଼ଉ ଚାଲିଛି।
ସୂଚନାଯୋଗ୍ୟ ଗତକାଲି ଅପରାହ୍ନରେ ବାଣିଜ୍ୟକର ଅଧିକାରୀମାନେ ବିଜେପି ସମର୍ଥିତ ବ୍ୟବସାୟୀଙ୍କ ଘର ଉପରେ ଜାଲ ବିଛାଇଥିଲେ। କେବଳ ସେତିକି ନୁହେଁ, ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇକମାଳ ସହର ସତ୍ୟସାଇନଗରରେ ବ୍ୟବସାୟୀ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ବାଣିଜ୍ୟକର ବିଭାଗ ଚଢ଼ଉ କରିଛି। ଶ୍ରୀ ଅଗ୍ରୱାଲଙ୍କ ପେଟ୍ରୋଲ ପମ୍ପ୍ ଏବଂ ଔଷଧ ଦୋକାନରେ ବି ଚଢ଼ଉ ହୋଇଛି। ସୋମବାର ସଂଧ୍ୟା ପାଖାପାଖି ସାଢ଼େ ୫ଟାରେ ଏହି ଚଢ଼ଉ ଆରମ୍ଭ ହୋଇଥିଲା। ସେହିଭଳି ପଦ୍ମପୁର ନିର୍ବାଚନମଣ୍ଡଳୀର ତିନିଟି ବ୍ଲକ୍, ବରଗଡ଼ ସହରରେ ବି ଜିଏସ୍ଟି ବିଭାଗ ଚଢ଼ଉ କରିଛି। ପଦ୍ମପୁରର ଉଦ୍ଦିପକ ଗ୍ୟାସ୍ ଏଜେନ୍ସି ଦୋକାନ ଏବଂ ମାଲିକ ରାଜେଶ ସାହୁ, ପଦ୍ମପୁର ଜଗଦମ୍ବା କପଡ଼ା ଦୋକାନ ମାଲିକ ସୁନୀଲ ଅଗ୍ରୱାଲଙ୍କ ଘରେ ଓ ଦୋକାନରେ, ବରଗଡ଼ ସହର ଅଶୋକ ମେଡିକାଲ୍ରେ ମଧ୍ୟ ଜିଏସ୍ଟି ବିଭାଗ ଚଢ଼ଉ କରିଥିବା ଜଣାପଡ଼ିଛି। ବିଜେପି ସମର୍ଥକଙ୍କ ସହ ସଂପୃକ୍ତ ୯ଟି ସ୍ଥାନରେ ଏହି ଚଢ଼ଉ ହୋଇଥିଲା।
ପଦ୍ମପୁରରେ ଆଜି ବି ଗହଣା ଦୋକାନରେ ଜିଏସଟି ଚଢ଼ଉ ଜାରି
/sambad/media/post_attachments/wp-content/uploads/2022/11/gst-t.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)