ଅତାବିରା/କଳାପାଣି: ଡ଼େବ୍ରିଗଡ଼ ଅଭୟାରଣ୍ୟରୁ କିଛି ଦିନ ହେଲା ବାଟବଣା ହୋଇ ଜନବସତି ଅଂଚଳକୁ ଚାଲି ଆସିଥିବା ବଣ ମଇଁଷି ପଲ ମଧ୍ୟରେ ଗୋଟିଏ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ ଦେବାହାଲ କଡ଼କୁ ଆସିଥିବା ଦେଖିବାକୁ ମିଳିଥିଲା। ଲୋକଙ୍କୁ ଆକ୍ରମଣ କରୁଥିବା ବେଳେ କେନାଲ ପାରି ହେବାକୁ ଯାଇ ଗୋଡ଼ ଭାଂଗି ଯାଇ ହିଡ଼ରେ ପଡ଼ି ରହିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଆସି ଉଦ୍ଧାର କରିଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା ଅତାବିରା ବ୍ଳକ ଖରମୁଣ୍ଡା, କମଗାଁ ପଂଚାୟତର ବିଭିନ୍ନ ଗ୍ରାମକୁ ଆସି ଧାନ ଫସଲ ଖାଇ ନଷ୍ଟ କରିବା ସହ ଆତଙ୍କ ଖେଳାଉଛନ୍ତି। ସୋମବାର ଦିନ ଜଡ଼ା ଗ୍ରାମର ଫସଲ ଖାଇ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୁଧବାର ପୂର୍ବାହ୍ଣରେ ଉକ୍ତ ବଣ ମଇଁଷିଟି ଦେବାହାଲ ଦେଇ ଯାଇଥିବା କେନାଲ କଡ଼ରେ ଥିବା ଦେଖିବାକୁ ମିଳିଥିଲା। କେନାଲ ପାରି ହେବାକୁ ଯାଇ ଗୋଡ଼ ଭାଂଗି ଯିବାରୁ ପଳାଇ ପାରିଲା ନାହିଁ। ସଂଧ୍ୟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ମଇଁଷି ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ରାଜପଥ କଡ଼ରେ ବଣ ମଇଁଷି
/sambad/media/post_attachments/wp-content/uploads/2018/03/brgh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)