ମଧ୍ୟରାତ୍ରରେ ଘର ଭୁଶୁଡ଼ିଲା,୨ ଗୁରୁତର

ଗାଇସିଲାଟ୍‌: ମଙ୍ଗଳବାର ରାତି ସାଢେ ୧୧ଟା ସମୟରେ ଶୋଇଥିବା ଅବସ୍ଥାରେ ହଠାତ ଛପର ଘରର ଛାତ ପଡ଼ି ମା’, ପୁଅ ଗୁରୁତର ଆହତ ହୋଇଛନ୍ତି। ଗାଇସିଲାଟ୍‌ ଗ୍ରାମର ଅଦିତ ପାଣ୍ଡେ। ପରିବାର କହିଲେ ସ୍ତ୍ରୀ ଦିବ୍ୟକାନ୍ତି (୪୫), ପୁଅ ଠାକୁର (୧୭) ଓ ପୁରୁଷୋତ୍ତମ (୭)। ରହିବା ପାଇଁ ଘର ନଥିବାରୁ ଭାଇ ଆଦିତ୍ୟଙ୍କ ଗୋଟିଏ ବଖରାରେ ରହୁଥିଲେ। ସେ ସରକାରୀ ଅଫିସରଠୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଘରଟିଏ ମିଳିନାହିଁ। କାହାକୁ ଘର ଉପରେ ଘର ମିଳୁଥିବା ବେଳେ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଂଚିତ। ମଙ୍ଗଳବାର ରାତିରେ ସ୍ତ୍ରୀ ଓ ଦୁଇପୁଅ ଘରେ ଶୋଇଥିବା ସମୟରେ ଛପର ଘରର ଛାତ ହଠାତ୍‌ ଭୁଶୁଡି ପଡ଼ିଥିଲା। ପାଖ ପଡ଼ିଶା ଲୋକେ ଘର ପଡ଼ିଯିବାର ଶବ୍ଦ ଶୁଣି ଚାଲି ଆସିଥିଲେ। ଘରୁ ସ୍ତ୍ରୀ ଓ ପୁଅମାନଙ୍କୁ ଗାଁ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସରେ ପଦ୍ମପୁର ଡାକ୍ତରଖାନାକୁ ପଠାଇଥିଲେ। ଦିବ୍ୟକାନ୍ତିଙ୍କ ଗୋଡ଼ରେ ଓ ପୁଅ ଠାକୁରର ଛାତିରେ ଗୁରୁତର ଆଘାତ ଲାଗିଥିଲା। ପରେ ବରଗଡ଼ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର