ବରପାଲି: ବରପାଲି ଥାନା ଗଡ଼ଗଡ଼ଦଳା ଗ୍ରାମରେ ଗତ ୧୯ ଜୁନରେ ଗଛକଟା ଯୋଗୁଁ ଘରୋଇ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଏହାଦ୍ୱାରା ସଂପର୍କୀୟ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଯଦୁମଣି ବେହେରା (୬୦) ଓ ହୀରାଧର ବେହେରା (୫୦)ଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୁଧବାର ସକାଳେ ହୀରାଧର ବେହେରାଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ତାର ଛିଣ୍ଡା ଘଟଣାକୁ କେନ୍ଦ୍ର କରି ରଜତ ବେହେରା (୩୧) ଓ ତାଙ୍କ ଭାଇ ରତନ ବେହେରା (୧୮) ଏକ କାଠରେ ଦୁଇ ଭାଇ ହୀରାଧର ଓ ଯଦୁମଣିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏକ ଅଭିଯୋଗ ଉପରେ ବରପାଲି ପୁଲିସ ରଜତ ବେହେରାଙ୍କୁ କୋର୍ଟକୁ ଚାଲାଣ କରିଥିବା ବେଳେ ରତନ ବେହେରା ଓ ତାଙ୍କ ମାଁ ବେଙ୍ଗ ବେହେରା ଫେରାର ଅଛନ୍ତି। ହୀରାଧରଙ୍କ ମୃତ୍ୟୁ ପରେ ବରପାଲି ଗାନ୍ଧୀ ଛକ ଠାରେ ଘଟଣାର ତଦନ୍ତ ଦାବି କରିଥିଲେ ପରିବାର ବର୍ଗ ଓ ଗ୍ରାମର ଭଦ୍ରବ୍ୟକ୍ତି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ଆଇଆଇସି ସୁବ୍ରତ ବେହେରା ପ୍ରତିଶ୍ରୁତି ଦେଲା ପରେ ଶବଦାହ ଗଡ଼ଗଡ଼ଦଳାକୁ ଗାଁକୁ ନିଆଯାଇଥିଲା। ଅନ୍ୟପକ୍ଷରେ ଉଭୟ ପକ୍ଷରୁ ଏହି ଘଟଣାରେ ଥାନାରେ ଅଭିଯୋଗ ହୋଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp