ବ୍ୟାଙ୍କ କର୍ତୃପକ୍ଷଙ୍କୁ କଂସ ଗର୍ଜିଲେ:୧୦ଲକ୍ଷ ସ୍ବର୍ଣ୍ଣ ମୁଦ୍ରା ଜରିମାନା

ମଥୁରାନଗରୀ,: ଚିରାଚରିତ ଢଂଗରେ ମହରାଜ କଂସ ନିଜ ସୈନ୍ୟ ସାମନ୍ତଙ୍କୁ ସାଂଗରେ ଧରି ନଗର ପରିକ୍ରମା କରିବାକୁ ବାହାରିଥିଲେ। ନିଜ ସାମ୍ରାଜ୍ୟର ହାଲଚାଲ ବୁଝିଥିଲେ। ହଠାତ୍ ମହାରାଜ ପହଂଚିଥିଲେ ୟୁକୋ ବ୍ୟାଙ୍କରେ। ମହାରାଜଙ୍କ ଅଚାନକ ଆଗମନରେ ବ୍ୟାଙ୍କ କର୍ତୃପକ୍ଷ ହଡ଼ବଡ଼େଇ ଯାଇଥିଲେ। ଉକ୍ତ ବ୍ୟାଙ୍କରେ ଜନଧନ ଯୋଜନା ଠିକ୍‌ ଭାବେ ଚାଲୁନାହିଁ। ଏବଂ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ଧାନବିକ୍ରି ଟଙ୍କା ଦିଆଯାଉନଥିବା ମହାରାଜ ଅଭିଯୋଗ କରିଥିଲେ। ବ୍ୟାଙ୍କ କର୍ତୃପକ୍ଷଙ୍କୁ ଏସବୁ କାର୍ଯ୍ୟରେ ଅବହେଳା ଯୋଗୁଁ ୧୦ଲକ୍ଷ ସ୍ବର୍ଣ୍ଣମୁଦ୍ରାରେ ଜରିମାନା କରିଥିଲେ। ତୁରନ୍ତ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିବାକୁ ତାଗିଦ କରିଥିଲେ। ବ୍ୟାଙ୍କ ଜୋନାଲ ମ୍ୟାନେଜର ଆର୍‌ଏନ୍‌ ସିଂହ, ଟିମ୍‌ ମ୍ୟାନେଜର୍‌ ଗୋପାଳ ମହାପାତ୍ର, ଶାଖା ପ୍ରବନ୍ଧକ ଡାକ୍ତର ମେହେର ପ୍ରମୁଖ ମହାରାଜଙ୍କୁ ଆଦେଶ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର