କିରୋସିନ ବଣ୍ଟନରେ ଦୁର୍ନୀତି ଅଭିଯୋଗ

ବରଗଡ଼: ବରଗାଁ ପଞ୍ଚାୟତରେ କିରୋସିନ ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୱେବସାଇଟରେ ମୁଣ୍ଡ ପିଛା ୬୪୦ ମିଲିଲିଟର ଲେଖାଏଁ କିରୋସିନ ବାଣ୍ଟିବାକୁ ନିୟମ ରହିଛି। ଅଥଚ ବରଗାଁରେ କେବେ ଜଣପିଛା ୫ଶହ ତ କେବେ ୬ଶହ ମିଲିଲିଟର କିରୋସିନ ବଣ୍ଟନ ହେଉଛି। ବଳକା କିରୋସିନକୁ ଚଢ଼ା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ପଞ୍ଚାୟତର କିଛି ମୁଷ୍ଟିମେୟ ଲୋକ ବିନା କୌଣସି କାର୍ଡରେ ମାତ୍ରାଧିକ କିରୋସିନ ଉଠାଉଛ‘ି।

୨୦୧୭ ସେପ୍ଟେମ୍ବର ମାସରେ ୨୧ଶହ ଜଣଙ୍କ ପାଇଁ ୧୩୪୪ ଲିଟର କିରୋସିନ ଆସିଥିଲା। ଅକ୍ଟୋବର ମାସରେ ୧୯୫୨ ଜଣଙ୍କ ପାଇଁ କୋଟା ଥିବାବେଳେ ମାତ୍ର ଗୋଟିଏ ମାସରେ ୧୨୪୯.୨୮ ଲିଟର ବଣ୍ଟନ ହୋଇଛି। ଏହି ଦୁର୍ନୀତିର ପର୍ଦ୍ଦାଫାସ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅବନୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଟିକୁ ବେହେରା, ସୁରେନ୍ଦ୍ର ବାଗ, ପ୍ରଦୀପ ମହାକୁର, ଧୀରେନ୍ଦ୍ର ଖମାରୀ, ଯୋଗେଶ୍ୱର ଖମାରୀ ପ୍ରମୁଖ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର