ଲେବର କାର୍ଡ ଠକେଇ, ୩ ଗିରଫ

ବରଗଡ଼/ଅମ୍ବାଭୋନା: ଜିଲ୍ଲାରେ ଶ୍ରମିକ ପରିଚୟ ପତ୍ର ଠକେଇ ଏବଂ ଜାତିଆତି ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ମାମଲାରେ ଅମ୍ବାଭୋନା ପୁଲିସ୍‌ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅତାବିରାର ରସୁଲ ଖାନ, ବରଗଡ଼ ନିଗମାନନ୍ଦ ବିହାରର ଅଶ୍ୱିନୀ ପଧାନ, ଅମ୍ବାଭୋନା ବ୍ଲକ ଲଖନପୁରର ରବିନ୍ଦ ସେଠ। ସେମାନଙ୍କ ଠାରୁ ୯ଟି ଶ୍ରମିକ ପରିଚୟ ପତ୍ର ଏବଂ ୨୭ଶହ ଟଙ୍କା ଜବତ ହୋଇଛି। ଅଭିଯୁକ୍ତମାନେ ତିଲେଇମାଳ ଗାଁର ରାମକୃଷ୍ଣ ଭୁଏ, ପୂର୍ଣ୍ଣଚନ୍ଦ୍ର ପଧାନ ଏବଂ ଅନ୍ୟ ୬ଜଣ ଶ୍ରମିକଙ୍କୁ ଲେବର କାର୍ଡ କରାଇ ଦେବା ପାଇଁ ୪ଶହ ଟଙ୍କା ଲେଖାଏଁ ଆଦାୟକ କରିଥିଲେ। ପୁଲିସ୍‌ କେସ ନମ୍ବର ୯୩ ଆଇପିସି ୪୨୦/୩୨୩/୩୪ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର