ଜମି ପାଇଁ ଭୂମିହୀନ ତାତିଲେ:ତହସିଲ ଅଫିସରେ ସାମୂହିକ ଆବେଦନ

ବରଗଡ଼: ବରଗଡ଼ ପୌର ପରିଷଦ ଓ ବିଭିନ୍ନ ଗାଁର ଭୂମିହୀନ ଜମି ପାଇବା ପାଇଁ ଗୁରୁବାର ତହସିଲ ଅଫିସରେ ସାମୂହିକ ଭାବେ ଆବେଦନପତ୍ର ଦାଖଲ କରିଛନ୍ତି । ‘ଜୟ କୋଶଲ ଭୂମିହୀନ ସଂଗ୍ରାମ ସମିତି’ ନେତୃତ୍ୱରେ ୧୯ଟି ୱାର୍ଡ ଓ ଗ୍ରାମାଞ୍ଚଳର ୫୧ଟି ମଣ୍ଡଳରୁ ୨୫ଶହରୁ ଉର୍ଦ୍ଧ୍ୱ ଜଣ ଆବେଦନ ଦାଖଲ କରିଥିଲେ। ସ୍ଥାନୀୟ ଗାନ୍ଧିଛକରୁ ଏକ ବିଶାଳ ରାଲିରେ ମହିଳାମାନେ ମୁଖ୍ୟରାସ୍ତା ଦେଇ ତହସିଲ ଅଫିସରେ ପହଂଚି ଥିଲେ। ସେଠାରେ ଭୂ-ବନ୍ଦୋବସ୍ତ ଆଇନ ଓ କାଯ୍ୟର୍କାରିତା ଉପରେ ଆଲୋଚନା ହୋଇଥିଲା। ୧୯୬୨ ଓ ୧୯୮୩ ନିୟମାବଳୀକୁ ପାଳନ କରାଯିବାକୁ ଦାବି ହୋଇଥିଲା। କାଯ୍ୟର୍କ୍ରମକୁ ରମେଶ ମହାପାତ୍ର ସଂଚାଳନା କରିଥିଲେ। ବରିଷ୍ଠ ଚାଷୀନେତା ଲିଙ୍ଗରାଜ ଉଦ୍‌ବୋଧନ ଦେଇଥିଲେ। ବଲାଂଗୀର ଭୂମିହୀନ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, କେଦାରନାଥ ସାହୁ, ଜଗନ୍ନାଥ ପ୍ରସାଦ ମାହାଣା, ସମସୁନ ନିଶା, ଆମ୍ବେଦକର ଚେରିଟେବଲ ଟ୍ରଷ୍ଟ ସଂଯୋଜକ ପବିତ୍ର ଦେହେରୀ, ବିର୍ସାମୁଣ୍ଡା ସଂଘର୍ଷ ବାହିନୀ ସଭାପତି ମାରିୟମ ବାର୍ଲା, ଆପ୍‌ ଆବାହକ ଭବାନୀ ସାହୁ, ଅସିତ ସାହୁ, ରମେଶ ସୁନା, ସୂଯ୍ୟର୍କାନ୍ତି ମାଝୀ, ଖୁସନୁମା ବେଗମ୍‌, ମହମ୍ମଦ ଅଲିମ, ଆଇନଜୀବୀ ରମେଶ ପତି ଭୂମିହୀନଙ୍କୁ ଜମି ଦେବା ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର