ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୮ ଲକ୍ଷ ଲୁଟ୍‌

ବରଗଡ଼ : ବରଗଡ଼ ସହର ଭଟଲି ଛକ ନିକଟ ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ୍‌ ଲିମିଟେଡ୍‌ ସଂସ୍ଥା କାର୍ଯ୍ୟାଳୟରୁ ଗୁରୁବାର ବିଳମ୍ବିତ ରାତିରେ ବଡ଼ଧରଣର ଲୁଟ୍‌ ହୋଇଛି। ଲୁଟେରାମାନେ କାର୍ଯ୍ୟାଳୟ ଭିତରେ ଥିବା ଲକର୍‌ ଭାଂଗି ୧୮ଲକ୍ଷ ୪୦ ହଜାର ଟଙ୍କା ନେଇ ଚମ୍ପଟ ମାରିଛନ୍ତି। ଏହି ମାମଲାରେ ବରଗଡ଼ ଟାଉନ ପୁଲିସ୍‌ ସଂସ୍ଥାର ୪ଜଣ କର୍ମଚାରୀଙ୍କୁ ଆଣି ପଚରାଉଚରା ଚଳାଇଛି।

ସୂଚନା ଅନୁସାରେ, ଏହି ସଂସ୍ଥା କାର୍ଯ୍ୟାଳୟରେ ୪ଜଣ କର୍ମଚାରୀ ରାତିରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଭୋର୍‌ ସାଢ଼େ ୩ଟା ବେଳେ କବାଟ ଖୋଲି ବାହାରକୁ ପରିସ୍ରା କରିବା ପାଇଁ ଆସିଥିଲେ। କର୍ମଚାରୀ ଜଣକ ଭିତରକୁ ଯାଇ ଶୋଇବା ପରେ ମୁଖାପିନ୍ଧା ୩ଜଣ ଦୁର୍ବୃତ୍ତ କବାଟ ଭାଂଗି ଦେଇଥିଲେ। ଭିତରେ ଶୋଇଥିବା କର୍ମଚାରୀଙ୍କ ଉପରକୁ ପେଟ୍ରୋଲ ଛିଞ୍ଚି ଦେଇଥିଲେ। ପାଟି କିମ୍ବା ପ୍ରତିରୋଧ କଲେ ନିଆଁ ଲଗାଇ ଦେବୁ ବୋଲି ଚେତାବନୀ ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଲକର୍‌ ଚାବି ମାଗିଥିଲେ। ହେଲେ କର୍ମଚାରୀମାନଙ୍କ ପାଖରେ ଚାବି ନଥିବା। ପାଖରେ ଥିବା ଗୋଟିଏ ପଥର ଶିଳରେ ଦୁର୍ବୃତ୍ତମାନେ ଲକର୍‌ ଭାଂଗି ଟଙ୍କା ଲୁଟ୍‌ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର