ଡାକବଙ୍ଗଳାରୁ ପୂର୍ବ ପ୍ରେମିକ ସହ ବିବାହିତା ମହିଳା ଉଦ୍ଧାର

ପାଇକମାଳ: ସ୍ଥାନୀୟ ନୃସିଂହନାଥସ୍ଥିତ ବିନ୍ଧ୍ୟବାସିନୀ ଡାକ ବଙ୍ଗଳାରେ ମଙ୍ଗଳବାର ସକାଳ ୧୦ଟାରେ ପାଇକମାଳ ଥାନା ଅଂଚଳରେ ଜଣେ ବିବାହିତା ମହିଳାଙ୍କ ସହ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ପୁଲିସ୍‌ ଠାବ କରିଛି। ଉଭୟେ ବଙ୍ଗଳା ଭିତରେ ଥିବା ବେଳେ ବାହାରପଟୁ ଗ୍ରିଲ୍‌ରେ ତାଲା ପଡିଥିବା ନେଇ କୌଣସି ସୂତ୍ରରୁ ପୁଲିସ୍‌ ଖବର ପାଇଥିଲା। ପାଇକମାଳ ପୁଲିସ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ପୂର୍ବରୁ ଦୁଇ ଜଣଙ୍କର ପ୍ରେମ ସଂପର୍କ ଥିବା କଥା ଥାନାରେ ସେମାନେ ପ୍ରକାଶ କରିଥିଲେ। ମହିଳାଙ୍କ ତିନି ବର୍ଷର ଏକ ଝିଅ ମଧ୍ୟ ଅଛି। ଏ ନେଇ ପୁଲିସି ପଚାରା ଉଚରା ପରେ ପ୍ରେମିକର ପରିବାର ଲୋକଙ୍କୁ ଡାକି ଘଟଣା ସଂପର୍କରେ ଜଣାଇ ତାଙ୍କୁ ଛାଡି ଦିଆଯାଇଛି।

ସମ୍ବନ୍ଧିତ ଖବର