ପାଇକମାଳ: ଦୀର୍ଘ ଦିନ ନିରବତା ପରେ ଜାମସେଠ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଜାମସେଠ ଗ୍ରାମର ବସଷ୍ଟାଣ୍ଡ ନିକଟରେ ଥିବା ଆରଡି ବିଭାଗ ଅଧୀନରେ ଥିବା ବୁଲାଣି ରାସ୍ତାରେ ଦୁଇଟି ହାତଲେଖା ଓଡ଼ିଆ ଓ ହିନ୍ଦୀ ଭାଷାରେ ମାଓ ପୋଷ୍ଟର ଲଗାଯାଇଛି। ମାଓ ପୋଷ୍ଟରରେ ଉଲ୍ଲେଖ ଅଛି ଯେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ସହିଦ ଦିବସ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି।

Advertisment

ମାଓବାଦୀଙ୍କ ସହିଦଙ୍କୁ ଜୁହାର ଆମର ସହିଦଙ୍କ ଅଧୁରା ସ୍ବପ୍ନକୁ ପୁରା କରନ୍ତୁ। କଁ ରବିବାର କଁ ସହିଦ କଁ ଗୀତା, କଁ ଅଞ୍ଜଳି, କଁ ନନ୍ଦୁ ଅମର ରହେ। ଆମର ସହିଦଙ୍କ ଆଶାଙ୍କୁ ପୂରଣ କରନ୍ତୁ। ଅପରେସନ ସମାଧାନ ଅଭିଯାନକୁ ହରାଇବା ବ୍ରାହ୍ମଣୀୟ ହିନ୍ଦୁ ଫାସୀବାଦ ମୁର୍ଦାବାଦ। ନବ ଜନବାଦୀ କ୍ରାନ୍ତି ଜିନ୍ଦାବାଦ,ବିଶ୍ବ ସମାଜବାଦ କ୍ରାନ୍ତି ଜିନ୍ଦାବାଦ। ଆମର ସହିଦଙ୍କ ବଦଲା ନେବୁ ଓ ଦୋଷୀଙ୍କୁ ସଜା ଦେବୁ। କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଜିନ୍ଦାବାଦ ବୋଲି ବଲାଙ୍ଗୀର ବରଗଡ଼ ମହାସମୁନ୍ଦ ଡିଭିଜନ କମିଟି ପୋଷ୍ଟରରେ ଉଲ୍ଲେଖ ରହିଛି।