ମାଟ୍ରିକ ପରୀକ୍ଷା ଆଜି:୧୮୮୨୪ ପରୀକ୍ଷାର୍ଥୀ

ବରଗଡ଼: ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ବରଗଡ଼ ଜିଲ୍ଲାରେ ୧୮୮୨୪ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଏଥିପାଇଁ ୯୭ଟି ପରୀକ୍ଷାକେନ୍ଦ୍ର ନିର୍ଦ୍ଧାରତି ହୋଇଛି। ଏଥିପାଇଁ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ସେଣ୍ଟର ସୁପରିନ୍‌ଟେଣ୍ଡେଣ୍ଟ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ବିଜେପୁର ଉପନିର୍ବାଚନ ପାଇଁ ଗାଇସିଲାଟ୍‌, ବରପାଲି ଓ ବିଜେପୁରରେ ପ୍ରଚାର ଥମିଯିବା ପରେ ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଆଶ୍ୱସ୍ତ ପ୍ରକାଶ ପାଇଛି। ଗତ ଦୁଇ ସପ୍ତାହ ଧରି ଏହି ବ୍ଲକଗୁଡିକରେ ଲଗାତାର ଉଚ୍ଚକ୍ଷମତା ସଂପନ୍ନ ମାଇକର ବ୍ୟବହାର ଯୋଗୁଁ ପାଠପଢା ବେଶ୍‌ ବ୍ୟାଘାତ ସୃଷ୍ଟି ହୋଇଥିଲା। ତେବେ କେତୋଟି ସ୍କୁଲରେ ମଧ୍ୟ ଭୋଟ କେନ୍ଦ୍ର ହୋଇଥିବାରୁ ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ସେହିପରି ଭେଡ଼େନରୁ ମିଳିଥିବା ଖବର ଅନୁସାରେ ଏହି ବ୍ଲକରେ ୧୮୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହାଛଡ଼ା ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଅଧ୍ୟୟନରତ ୧୦୩ ଓ ସଂସ୍କୃତ ମଧ୍ୟମାରେ ମଧ୍ୟ ୪୮ ଜଣ ଛାତ୍ର ପରୀକ୍ଷା ଦେବେ।

ସମ୍ବନ୍ଧିତ ଖବର