ଡାକ୍ତର ସମସ୍ୟା ନେଇ ‘ଫର୍’ ଘେରିଲା

ବରଗଡ଼: ଜିଲ୍ଲାବ୍ୟାପୀ ଲାଗି ରହିଥିବା ଡାକ୍ତର ମରୁଡ଼ି ସମସ୍ୟା ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଫର୍’ ସଭାପତି ଇଂ. ଦେବବ୍ରତ ମିଶ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳ ଅଫିସ୍ ଘେରାଉ କରିଛି। ଜିଲ୍ଲାରେ ୨୨୫ଟି ଡାକ୍ତର ବଦଳରେ ମାତ୍ର ୯୮ ଜଣ ନିଯୁକ୍ତ ଅଛନ୍ତି। ସରକାର ଡାକ୍ତର ନିଯୁକ୍ତ ନକରି ଡାକ୍ତରବିହୀନ କୋଠାବାଡ଼ି ନିର୍ମାଣ କରୁଛନ୍ତି। ଡାକ୍ତର ଅଭାବରୁ ରୋଗୀମାନେ ଘରୋଇ ନର୍ସିଂହୋମକୁ ଯାଉଛନ୍ତି। ବରପାଲି ଡାକ୍ତରଖାନାକୁ ଦୈନିକ ୩ଶହ ରୋଗୀଙ୍କୁ ୩ଜଣ ଡାକ୍ତର ଦେଖୁଥିଲେ। ଜଣେ ବଦଳି ହୋଇଥିବାବେଳେ ଅନ୍ୟ ଜଣେ ଛୁଟିରେ। ସେଠାରେ ୩୦ଟି ଶଯ୍ୟା ଥିବାବେଳେ ଚିକିତ୍ସା ପାଇଁ ୫୦ରୋଗୀ ଭର୍ତି ହେଉଥିଲେ। କିନ୍ତୁ ଏବେ ଶଯ୍ୟା ଖାଲି ପଡ଼ିଛି। ୧୦ଦିନ ହେଲା ବରପାଲିରେ ଆନ୍ଦୋଳନ ଚାଲିଥିବାବେଳେ ସରକାର କିଛି ପଦକ୍ଷେପ ନେଉ ନାହାନ୍ତି। ତୁରନ୍ତ ଏହାର ସମାଧାନ ନହେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଇଂ. ମିଶ୍ରଙ୍କ ନେତୃତ୍ବ‌େର ଉମେଶ ବେହେରା, ଜୟନ୍ତ ଷଣ୍ଢ, ଭାଗିରଥୀ ଭେସ୍ରା, ହେମନ୍ତ ବୁଡ଼େକ, ରମାକାନ୍ତ ଭୁଏ, ଦୀନବନ୍ଧୁ ନାଗ, ରଘୁ ପାଣ୍ଡେ, ହେମନ୍ତ ପ୍ରଧାନ, ଟିକରାମ ସାହୁ, ଅନୀଲ ବିଶି, ଲକ୍ଷ୍ମଣ ମଲ୍ଲିକ, ବ୍ରଜମୋହନ ନାୟକ, ଲୋଚନ ସାହୁ, ମିତ୍ରଭାନୁ ପ୍ରଧାନ, ବଜରଂଗ ଭୋଇ, ତୁଷାରକାନ୍ତ ଦେହେରି ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର