ପାଇକମାଳ : ନୃସିଂହନାଥ ପୀଠରେ ବୈଶାଖ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ପଦ୍ମପୁର ଭାରାପ୍ରାପ୍ତ ଉପ ଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ଭୋଗମଣ୍ତପ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପାଇକମାଳ ବିଡିଓ ତଥା ମନ୍ଦିର ଟ୍ରଷ୍ଟି ସୁରେନ୍ଦ୍ର ସାହୁ ବୈଶାଖ ମେଳା ଆସନ୍ତା ମେ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ବୋଲି ସୁଚନା ଦେଇଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଗତ ବୈଶାଖ ମେଳାର ଆୟବ୍ୟୟ ହିସାବ ପଠନ କରିଥିଲେ। ପାନୀୟ ଜଳର ସୁବ୍ୟବସ୍ଥା, ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ, ଶାନ୍ତି ଶୃଖଳା ପାଇଁ ବ୍ୟାପକ ପୁଲିସ ମୁତୟନ, ସ୍ବାସ୍ଥ୍ୟ ସେବା ପାଇଁ ବ୍ୟାପକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀମାନେ ନିଜ ନିଜର ଦାୟିତ୍ବ ବିଷୟରେ କହିଥିଲେ। ଏମାନଙ୍କୁ ସହଯୋଗ କରିବା ଓ ମେଳାର ସୁପରିଚାଳନା ପାଇଁ ଏକ ୩୨ ଜଣିଆ କମିଟି ଗଠନ କରଯାଇଛି। ଭିଡ଼କୁ ଆଖିଆଗରେ ରଖି ଅସ୍ଥାୟୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତାବ ନିଆଯାଇଛି। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ବୈଶାଖ ମେଳା ଓ ନୃସିଂହନାଥଙ୍କ ଜନ୍ମୋତ୍ସବ ଆଜିର ବୈଠକରେ ବରଗଡ଼ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତ ଯୋଗୁଁ ଉପସ୍ଥିତ ଜନସାଧାରଣ କ୍ଷୋଭ ପ୍ରକାଶ କରିଥିଲେ। ସରକାରଙ୍କ ତରଫରୁ ମେଳା ପାଇଁ ବ୍ୟାପକ ଅନୁଦାନ ଦେବା ପାଇଁ ମତପ୍ରକାଶ ପାଇଥିଲା। ପଦ୍ମପୁର ଏସଡି ପିଓ ବିଭୂତିଭୂଷଣ ଭୋଇ, ପଦ୍ମପୁର ଏସଡିଏମଓ ସରୋଜ କୁମାର ସେଠ, ପାଇକମାଳ ଥାନା ଆଇଆଇସି ସୁଶାନ୍ତ କୁମାର ବଢେଇ , ବିଦ୍ୟୁତ ବିଭାଗ ଏସଡିଓ ପୁରନ୍ଧର ସାହୁ, ଆରଡବ୍ଲୁ ଏସଏସ ଜେଇ ସତ୍ୟବ୍ରତ ମାଝି, ବିକ୍ରମ ସରାଫ, ରାଜକୁମାର ସେଠ, ସୁରେନ୍ଦ୍ର ସାହୁ, ଅବକାରୀ ବିଭାଗ ସିଦ୍ଧାର୍ଥ ପାତ୍ର, ଅଗ୍ନିଶ୍ରମ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ମାସ ପ୍ରଥମ ସପ୍ତାହରେ ବୈଶାଖ ମେଳା କମିଟି ଓ ପ୍ରଶାନିକ ଅଧିକାରୀମାନଙ୍କୁ ନେଇ ଆଉ ଏକ ବୈଠକ କରାଯିବା ପାଇଁ ସ୍ଥିର କରାଗଲା।
ଜିଲ୍ଲାପ୍ରଶାସନ ପକ୍ଷରୁ ସାଂସ୍କୃତିକ କାଯ୍ୟକ୍ରମ ପାଇଁ ଅନୁଦାନ ଯୋଗାଇବା ଜିଲ୍ଲା ପ୍ରଶାସନକୁ ଚିଠି ମାଧ୍ୟମରେ ଅନୁରୋଧ କରାଯିବ ଓ ଲୋକାଲ ସାଂସ୍କୃତିକ ଗ୍ରୁପକୁ ଅଂଶ ଗ୍ରହଣ କରାଯିବା ପାଇଁ ପ୍ରସ୍ତାବ ନିଆଗଲା। ଶେଷରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/f0c3ad86-82cf-4561-b573-9b604322ec1f.jpg)