ବାଳିକାକୁ ଦୁଷ୍କର୍ମ, ବାଳକକୁ ଜୁଭେନାଇଲ କୋର୍ଟରେ ହାଜର

ରେଙ୍ଗାଲି: ରେଙ୍ଗାଲି ଥାନାଞ୍ଚଳରେ ଜଣେ ୧୦ ବର୍ଷର ନାବାଳିକାକୁ ଗତ ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୨ଟାରେ ଜଣେ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗଁା ପାଖ ନାଳକୁ ଗାଧୋଇବାକୁ ଯାଉଥିବା ସମୟରେ ଉକ୍ତ ନାବାଳକ ଏହି କାଣ୍ଡ କରିଥିଲା। ନାବାଳିକା ଜଣକ ଏ ସଂକ୍ରାନ୍ତରେ ପରିବାର ଲୋକଙ୍କୁ ଜଣାଇବା ପରେ ରେଙ୍ଗାଲି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରି ନାବାଳକକୁ ଖୋଜି ବାହାର କରିଥିଲା। ଉଭୟଙ୍କ ଡାକ୍ତରୀ ମାଇନା ପରେ ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି।

ସମ୍ବନ୍ଧିତ ଖବର