ବରଗଡ଼: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ପକ୍ସୋ ଜଜ୍ ସତ୍ୟରଞ୍ଜନ ପ୍ରଧାନ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ଆଉ ଗୋଟିଏ ବର୍ଷ କାରାଦଣ୍ଡାଦେଶ ରହିବ।
ଅଭିଯୁକ୍ତ ଜଣକ ହେଲା ସରଣ୍ଡା ଗାଁର ସୀତାରାମ ଦୁତିଆ ଚାନ୍ଦ। ସରକାରଙ୍କ ପକ୍ଷରୁ ବିମଳ ଦେବତା ମାମଲା ପରିଚାଳନା କରୁଥିଲେ। ଶୁଣାଣି ବେଳେ ୧୮ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା। ବିଚାରପତି ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଡିଏଲ୍ଏସ୍ଏକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/download-2.jpg)