ଅପମିଶ୍ରଣ ଅଭିଯୋଗ, ପେଟ୍ରୋଲ ପମ୍ପରେ ଉତ୍ତେଜନା

ବରଗଡ଼: ସହରର ପ୍ରମୁଖ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ୍‌ ଅପମିଶ୍ରଣ ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶୁକ୍ରବାର ସକାଳେ ଉତ୍ତେଜନା ପ୍ରକାଶ ପାଇଛି। କିଛି ଗ୍ରାହକ ସଂପୃକ୍ତ ପେଟ୍ରୋଲ ପମ୍ପକୁ ତେଲ ପକାଇବା ପାଇଁ ଯାଇଥିଲେ। ତେବେ ତେଲରେ ପାଣି ମିଶିଥିବା ଜାଣିବାକୁ ପାଇଥିଲେ। ଏହାପରେ ପେଟ୍ରୋଲ୍‌ ପମ୍ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଟ୍ରକ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ମଧ୍ୟ ସଂପୃକ୍ତ ପେଟ୍ରୋଲ ପମ୍ପ୍‌ ବିରୋଧରେ ଅପମିଶ୍ରଣ ଅଭିଯୋଗ ଆଣିଥିଲେ। ଏହା ପରେ ଜିଲ୍ଲା ଯୋଗାଣ ବିଭାଗ, ଓଜନ ମାପ ବିଭାଗର ଅଧିକାରୀମାନେ ପେଟ୍ରୋଲ ପମ୍ପରେ ପହଂଚିଥିଲେ। ସେଠାରୁ ତେଲର ନମୁନା ସଂଗ୍ରହ କରିଥିଲେ। ତେବେ ଚୂଡାନ୍ତ ରିପୋର୍ଟ ଆସିନଥିବାରୁ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ସଂପର୍କରେ ସଠିକ୍‌ ତଥ୍ୟ ଦେଇନାହାନ୍ତି।

ସମ୍ବନ୍ଧିତ ଖବର