ଯୁବକଙ୍କୁ ନିର୍ମମ ହତ୍ୟା

ବରଗଡ଼ : ସହରବାସୀ ଧନୁଯାତ୍ରାରେ ମସଗୁଲ ଥିବାବେଳେ ମଂଗଳବାର ରାତିରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ମୃତ ଯୁବକଙ୍କ ନାମ କମଳ ବେହେରା (୪୫)। ଘର ଦୋରାବନ୍ଧ ପଡ଼ାଠାରେ। ବୁଧବାର ସକାଳେ ତାଙ୍କ ମୃତଦେହ ଭୁରସେନ ବନ୍ଧ ହିଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ପଥର ଏବଂ କାଠଫାଳିଆରେ ତାଙ୍କ ମୁଣ୍ଡକୁ ଛେଚି ପକାଇଛନ୍ତି। ଘଟଣାସ୍ଥଳରେ ହିଁ କମଳଙ୍କ ମୃତ୍ୟୁ ଘଟିଛି। ମଂଗଳବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

ସକାଳୁ ଲୋକେ ଶୌଚ ପାଇଁ ଭୁରସେନ ବନ୍ଧକୁ ଯାଇଥିଲେ। ମୃତ ଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଏସ୍‌ପି ବି.ଯୁଗଳ କିଶୋର, ଟାଉନ ଥାନା ଅଧିକାରୀ ବିଭୂତି ଭୂଷଣ ଭୋଇ ପହଂଚି ତନାଘନା ଚଳାଇଥିଲେ। ପରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଆସି ଖୋଳତାଡ଼ କରିଥିଲେ। ଏନେଇ ପୁଲିସ୍‌ କାହାରିକୁ ଗିରଫ କରିନଥିଲେ ହେଁ ପାରିବାରିକ କହଳ ସମେତ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗେଇଥିବା ଥାନାଧିକାରୀ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର