ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପ୍ରସିଦ୍ଧ ସାର୍ବଜନୀନ ଦୁର୍ଗାପୂଜା ରାଜବାଟିରେ ଅନୁଷ୍ଠିତ ହେଉଛି। ଆନନ୍ଦ ଉତ୍ସାହ ମଧ୍ୟରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ହଠାତ୍ ଆସିଲା ଦୁଃଖଦ ଖବର। ପୂଜା ପରିଚାଳନା କମିଟିର ସଭାପତି ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ବିୟୋଗରେ ପରିବେଶ ଶୋକାକୁଳ ହୋଇଯାଇଛି। ସମସ୍ତଙ୍କ ମନରେ ଦୁଃଖ ଓ କୋହ। ତେଣୁ ଅନ୍ନଭୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରାକୁ ବନ୍ଦ କରାଯାଇଥିବା କମିଟି ସୂତ୍ରରୁ ଜଣାଯାଇଛି।
ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶିଙ୍କ ଶ୍ରଦ୍ଧାଞ୍ଜଳି:
ଓଡ଼ିଶାର ଅଦ୍ଵିତୀୟ ଆଦିବାସୀ ନେତା, ପୂର୍ବତନ ମନ୍ତ୍ରୀ,ବର୍ତ୍ତମାନର ପଦ୍ମପୁର ବିଧାୟକ,ବିଜୁ ଜନତା ଦଳର ଜିଲ୍ଲା ସଭାପତି, ମୋର ରାଜନୈତିକ ଗୁରୁ ବିଜୟରଞ୍ଜନ ସିଂହ ବରିହାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟରଞ୍ଜନ ସିଂହ ବରିହା ସମସ୍ତଙ୍କର ପ୍ରିୟ ଥିଲେ। ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ହେଲା l ଏହି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି। ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ନିଜର ଶୋକ ବାର୍ତ୍ତାରେ ଏହା କହିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି।
ବିଭିନ୍ନ ସଂଘର ଶ୍ରଦ୍ଧାଞ୍ଜଳି
ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟରଞ୍ଜନ ସିଂହ ବରିହାଙ୍କ ବିୟୋଗରେ ଉପଖଣ୍ତ ଗୋଁଣ୍ତୱାନା ଗୋଁଣ୍ତ ସମାଜ, ସାମ୍ବାଦିକ ସଂଘ, ଟ୍ରକ ମାଳିକ ସଂଘ, ଟାକ୍ସି ଚାଳକ ସଂଘ, ରିକ୍ସା ଚାଳକ ସଂଘ,ରାଜବୋଡାସମ୍ବର କୃଷକ ସଙ୍ଗଠନ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଆତ୍ମାର ସଦଗତି ପାଇଁ ଭଗବାନଙ୍କଠାରେ ସଂଘ ପକ୍ଷରୁ ପ୍ରାର୍ଥନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/79bbcb46-8618-4c47-bc5f-843b3417ae7b.jpg)