ନୋଟା ନାଟ:ବିଧାନସଭାରେ ବଢ଼ିଲା, ଲୋକସଭାରେ କମିଲା

ବରଗଡ଼: ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ବରଗଡ଼ ଜିଲ୍ଲା ପାଇଁ କିଛି ରୋଚକ ତଥ୍ୟ ଦେଇ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ଲଢ଼ିବା ସବୁଠୁ ଚର୍ଚ୍ଚିତ ପ୍ରସଂଗ ଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରେକର୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ସେ ଯେଉଁ ବ୍ୟବଧାନ (୫୭,୧୨୨ଭୋଟ୍‌) ପାଇଛନ୍ତି, ତାହା ବି ଗୋଟିଏ ରେକର୍ଡ। ଜିଲ୍ଲାର ସମସ୍ତ ୫ଟି ଆସନ ବିଜେଡି ହାତେଇ ନିଜ ପାଇଁ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହାବାଦ ନୋଟା ସଂଖ୍ୟା ସଦ୍ୟ ନିର୍ବାଚନରେ ସର୍ବାଧିକ ରହିଛି। ଏଥର ୫ଟି ବିଧାନସଭା ଆସନରେ ମୋଟ୍‌ ୮୭୦୫ ନୋଟା ରହିଥିଲା। ୨୦୧୪ରେ ଏହି ସଂଖ୍ୟା ୭୩୪୫ ରହିଛି। ପଦ୍ମପୁରରେ ସର୍ବାଧିକ ୨୨୩୪ ଭୋଟର୍‌ ନିଜ ପସନ୍ଦର ପ୍ରାର୍ଥୀ ନପାଇ ନୋଟାରେ ଟିପ ମାରିଛନ୍ତି। ତେବେ ଲୋକସଭା ଆସନରେ ନୋଟା ସଂଖ୍ୟା କମିଛି। ୨୦୧୪ରେ ଲୋକସଭା ନିର୍ବାଚନରେ ୧୪,୫୦୦ଜଣ ନୋଟାରେ ଭୋଟ୍‌ ଦେବା ପସନ୍ଦ କରିଥିଲେ। ଏଥର ଏହି ସଂଖ୍ୟା ଖସି ୧୪,୧୬୭ରେ ପହଂଚିଛି।

ସମ୍ବନ୍ଧିତ ଖବର