ନୃସିଂହନାଥ ପୀଠ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ପାଇକମାଳ: ବୁଧବାର ୧୧ଟା ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ତିୟାନ୍, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ବିନୀଲ୍ କ୍ରିଷ୍ଣା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ନୃସିଂହନାଥ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ପୀଠର ବିକାଶ ଲାଗି ସରକାର ହାତକୁ ନେଇଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଦର୍ଶନ ପରେ ପରେ ନୃସିଂହନାଥ ଅତିଥି ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ଦିର ଚଉହଦୀର ଉନ୍ନତି ନେଇ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ।

ନୃସିଂହନାଥରୁ ହରିଶଙ୍କର ରୋପ୍‌ ୱେ, ପାଇକମାଳରୁ ନୃସିଂହନାଥକୁ ରାସ୍ତା, ମାର୍କେଟ କମ୍ପ୍ଲେକ୍ସ, ଶିଶୁ ଉଦ୍ୟାନ, ପିକିନିକ୍ ସ୍ପଟ, ଝରଣାର ସୌନ୍ଦର୍ଯ୍ୟକରଣ, ବୃହତ୍ତ ଯାତ୍ରୀ ପ୍ରତୀକ୍ଷାଳୟ, ପାଇକମାଳରୁ ନୃସିଂହନାଥ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଛି ।

ସମ୍ବନ୍ଧିତ ଖବର