ପଦ୍ମପୁର: ଗତ ୨୭ ତାରିଖ ପଦ୍ମପୁର ପୁରୁଣାବସ୍ତି ରୋଡ ଶର୍ମା ମେଡିକାଲ ସମ୍ମୁଖରୁ ଖଇରପାଲି ଗ୍ରାମର ରଣଜିତ୍ ସି˚ ବରିହା ଓ ମନଭ˚ଜନ ସି˚ ବରିହା ପଦ୍ମପୁର ସମବାୟ ବ୍ୟାଙ୍କରୁ ୯୮ ହଜାର ଉଠାଇ ଡିକିରେ ରଖି ଔଷଧ କିଣୁଥିଲେ। ଉକ୍ତ ଟଙ୍କା ଲୁଟ୍ ହୋଇଯାଇଥିବା ବେଳେ ପଦ୍ମପୁର ପୁଲିସ ତଦନ୍ତ ଜାରି ରଖିଥିଲା। ଔଷଧାଳୟର ମାଲିକ ଡବୁ ଶର୍ମା ଏକ ସିସିଟିଭି ଫୁଟେଜ୍ ପୁଲିସକୁ ଦେଇଥିଲେ। ଏହାକୁ ଦେଖି ସୋହେଲାରୁ ଜଣେ ବ୍ୟକ୍ତିକୁ ପୁଲିସ ଅଟକ ରଖିଛି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଏକ ଚୋର ଦଳ ଗ˚ଜାମ ଜିଲ୍ଲ୍ା ଆସିକା ସହରରୁ ଆସି ନୃସି˚ହନାଥ ଠାରେ ରହି ନୂଆପଡା, ଲାଠୋର, ସୋହେଲା ଆଦି ସ୍ଥାନକୁ ଟାର୍ଗେଟ କରୁଥିବା ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ ପ୍ରକାଶ କରିଛନ୍ତି। ପୁଲିସର ଏକ ସ୍ବତନ୍ତ୍ର ଟିମ ଏନେଇ ଜିଲ୍ଲା ବାହାରକୁ ପଠାଯାଇଛି।
୯୮ ହଜାର ଲୁଟ୍ ଘଟଣାରେ ଜଣେ ଅଟକ
/sambad/media/post_attachments/wp-content/uploads/2018/10/tment-can-i-go-to-rehab-instead-of-jail-article-photo-hands-of-prisoner-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)