ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଏସଟିଏଫ୍ ଟିମ୍ ବରଗଡ଼ ବନ ବିଭାଗର ବନ ଅଧିକାରୀଙ୍କ ସହାୟତାରେ ଏକ ବଜ୍ରକାପ୍ତାକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବରଗଡ଼ ଜିଲ୍ଲାର ପଦ୍ମପୁର ଥାନା ଅଧୀନରେ ଥିବା ବିଜାଡିହି ଛକରେ ଏସଟିଏଫ୍ ଟିମ୍ ବରଗଡ଼ ବନ ବିଭାଗର ବନ ଅଧିକାରୀଙ୍କ ସହାୟତାରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଏକ ୧୨ କିଲୋଗ୍ରାମ ଓଜନର ଜୀବନ୍ତ ବଜ୍ରକାପ୍ତା ଜବତ କରିଥିଲା। ଏଥିସହ ଅଭିଯୁକ୍ତ ମହାଦେବ ମୁଖଟିଆକୁ ଗିରଫ କରିଥିଲା ଏସଟିଏଫ୍। ତାର ଘର ପାଇକମାଳ ଥାନା ଗଣ୍ଡାପାଲିରେ ବୋଲି ଜଣାଯାଇଛି। ଏସଟିଏଫ୍ ଉକ୍ତ ବଜ୍ରକାପ୍ତାକୁ ବରଗଡ଼ ବନ ବିଭାଗକୁ ହସ୍ତାନ୍ତର କରିଥିଲା। ଏନେଇ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର