ପାଇକମାଳ: ବରଗଡ଼ଜିଲ୍ଲା ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ ବାରିକ ଓରଫ ସଞ୍ଜୀବ ବରିହା ସଞ୍ଜୀବ ବରିହା ନାମରେ ନକଲି ଆଦିବାସୀ ପ୍ରମାଣପତ୍ର ବ୍ୟବହାର କରୁଥିଲେ। ତେଣୁ ନକଲି ଆଦିବାସୀ ପ୍ରମାଣପତ୍ର ହାତେଇଥିବା ଅଭିଯୋଗରେ ପୁଲିସ ଗିରଫ କରିଥିବା ସୂଚନା ଦେଇଛି। ସେ ନକଲି ଆଦିବାସୀ ପ୍ରମାଣପତ୍ର ବ୍ୟବହାର କରି ସମସ୍ତ ସରକାରୀ ଯୋଜନା ହାତେଇଥିବା ଅଭିଯୋଗରେ ହୋଇଥିବାରୁ ପାଇକମାଳ ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ପାଇକମାଲ ଥାନା ଅଧିକାରୀ କୈଳାସଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। 

Advertisment

ସଂଜୀବ ନକଲି ଆଦିବାସୀ ପ୍ରମାଣପତ୍ର ବ୍ୟବହାର କରି ସମସ୍ତ ସରକାରୀ ଯୋଜନା ହାତେଇଥିବା ଅଭିଯୋଗରେ ହୋଇଥିବାରୁ ପାଇକମାଳ ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ପାଇକମାଲ ଥାନା ଅଧିକାରୀ କୈଳାସଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। 

ପୁଲିସ ଠାରୁ ମିଲିଥିବା ସୂଚନା ଅନୁସାରେ ସଞ୍ଜିବ ବରିହା ନକଲି ଆଦିବାସୀ ପ୍ରମାଣପତ୍ର ହାତେଇ ବିଭିନ୍ନ ସରକାରୀ ଯୋଜନା ସହ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ପଦ ମଧ୍ୟ ହାତେଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା। ଯେଉଁ ଅଭିଯୋଗର ତଦନ୍ତ ବରଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ତଦନ୍ତ କମିଟି କରିଥିଲେ ଏବଂ ସଞ୍ଜିବ ବରିହା ବାରିକ ଓରଫ ବରିହା ଅଣଆଦିବାସୀ ବୋଲି ପ୍ରମାଣିତ ହୋଇଥିଲେ। ବରଗଡ଼ ଜିଲ୍ଲ ମଙ୍ଗଳ ଅଧିକାରୀ ପାଇକମାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପାଇକମାଲ ଥାନା କେସ ନମ୍ବର ୨୩୯/୨୦୨୫ ଆଧାରରେ ସଞ୍ଜୀବ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେ ପାଇକମାଲ ବ୍ଲକ କାଂସଡା ଗ୍ରାମ ପଞ୍ଚାୟତରୁ ସମିତିସଭ୍ୟ ଭାବରେ ନିର୍ବାଚିତ ହୋଇ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ।

 Bargarh