ପାତରଅନ୍ତର ଅଭିଯୋଗ ଆଣିଲା ବିଜେପି:ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ଧାରଣା

ପଦ୍ମପୁର: ବର୍ତ୍ତମାନ ବିଜେପୁର ଉପନିର୍ବାଚନରେ ବିଭିନ୍ନ ଦଳର ନେତା ପ୍ରଚାରରେ ଅଂଚଳକୁ ଆସୁଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଉପଜିଲ୍ଲାପାଳଙ୍କଠାରୁ ଅନୁମତି ଲାଗି ଆବେଦନ କରାଯାଉଛି। ମାତ୍ର ବିଜେପି ପକ୍ଷରୁ କରାଯାଉଥିବା ଆବେଦନକୁ ଜନୈକ କର୍ମଚାରୀ ଜାଣିଶୁଣି ସଠିକ୍‌ ସମୟରେ ଉପଜିଲ୍ଲାପାଳଙ୍କଠାରେ ଉପସ୍ଥାପିତ କରୁନାହାନ୍ତି। ତେଣୁ ଦଳୀୟ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଥିବା ଦଳ ଅଭିଯୋଗ କରିଛି। ରାଜନୈତିକ ଚାପରେ ଏହା ଚାଲିଥିବା ଅଭିଯୋଗ କରି ଶୁକ୍ରବାର ସଂଧ୍ୟାରେ ଉପଜିଲ୍ଲାପାଳଙ୍କ ଅଫିସ୍‌ ପ୍ରକୋଷ୍ଠରେ ବିଜେପି ଧାରଣା ଦେଇଛି। ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ସଂପାଦକ ରଂଜନ ପଟେଲ, ଯୁବମୋର୍ଚ୍ଚା ସଭାପତି ପ୍ରୀତେଶ ବହିଦାର, ଜିଲ୍ଲା ଉପସଭାପତି ଅଶୋକ ପଣ୍ଡା, ରାଜୁ ସାହୁ, ଆଦିତ୍ୟ ରଥ, ନବ ପାଣିଗ୍ରାହୀ, ପ୍ରମୋଦ ମେହେର, ନରେଶ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଉପଜିଲ୍ଲାପାଳ ତପିରାମ ମାଝୀ ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇ ସଂପୃକ୍ତ କର୍ମଚାରୀଙ୍କୁ ଅପସାରଣ କରି ଅନ୍ୟ କର୍ମଚାରୀଙ୍କୁ ଅବସ୍ଥାପିତ କରିବାକୁ ଲିଖିତ ପତ୍ର ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର