ଗୁପ୍ତାଙ୍ଗ କାଟିବା ଘଟଣା : ଭାଇ-ଭାଉଜ, ସହଯୋଗୀ ଗିରଫ

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ନିଳେଶ୍ୱର ଗାଁରେ ପାରିବାରିକ କଳହରୁ ଅଭାବନୀୟ ଘଟଣା ଘଟିଥିଲା। ବୁଧବାର ରାତିରେ ଅଶୋକ ବାରିକ (୩୮)ଙ୍କ ଗୁପ୍ତାଂଗକୁ କାଟି ଦିଆଯାଇଥିଲା। ଏହି ମାମଲାରେ ସଦର ପୁଲିସ୍‌ ଅଶୋକଙ୍କ ଭାଇ ସେବା ବାରିକ, ଭାଉଜ ଶାନ୍ତି ବାରିକ ଏବଂ ସହଯୋଗୀ ସୁଦାମ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁରୁତର ଅଶୋକ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଅଶୋକଙ୍କ ପ୍ରଥମେ ଗଳା କାଟିବାକୁ ଉଦ୍ୟମ ହୋଇଥିଲା। ପରେ ଅଭିଯୁକ୍ତମାନେ ତାଙ୍କ ଗୁପ୍ତାଂଗକୁ କାଟି ଦେଇଥିଲେ। ଏନେଇ ସଦର ପୁଲିସ୍‌ କେସ ନମ୍ବର ୧୦୫ରେ ମାମଲା ରୁଜୁ କରି ତନାଘନା ଚଳାଇଥିଲା। ପରେ ୩ ଜଣ ଅଭିଯୁକ୍ତଙ୍କୁ ଦଫା ୪୬୦/୩୦୭/୩୨୬/୩୪ ଆଇପିସିରେ ମାମଲା ରୁଜୁ କରି ଗିରଫ କରିଛି।

ସମ୍ବନ୍ଧିତ ଖବର