ସୋହେଲା ନାବାଳିକା ଦୁଷ୍କର୍ମ ମାମଲା : ଗିରଫ ହେଲେ ପୁଲିସ ଏଏସଆଇ ଓ ଅଭିଯୁକ୍ତ ପ୍ରେମିକ

ବରଗଡ଼ : ନାବାଳିକାକୁ ଦୁଷ୍କର୍ମ ମାମଲାରେ ବରଗଡ ସୋହେଲା ଥାନାର ଏଏସଆଇ ବନମାଳି କୁଅଁରକୁ ଗିରଫ କରିଛି ପୁଲିସ । ଏଥିସହ ଅଭିଯୁକ୍ତ ରିକୁକୁ ମଧ୍ୟ ପୁଲିସ କବଜାରେ ରଖିଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ରିକୁ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା । ଆଉ ଏଥିରେ ସହାୟତା କରିଥିଲେ ଏଏସଆଇ ବନମାଳି କୁଅଁର । ଖାଲି ସେତିକି ନୁହେଁ ଏଏସଆଇ ଜଣଙ୍କ ମଧ୍ୟ ପୀଡିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଜଣେ ପୋଲିସ ଅଧିକାରୀଙ୍କ ଏହି କଳାକାରନାମା ବିଶ୍ୱାସ ହେଉନଥିଲେ ବି ସତ । ପୀଡିତାଙ୍କ ସହିତ ଦୁଷ୍କର୍ମ କଲେ ଏଏସଆଇ ବନମାଳି କୁଅଁର । କେବଳ ସେତିକି ନୁହେଁ ତାଙ୍କ ବିରୋଧରେ ବି ରହିଛି ଆଉ ଏକ ସାଙ୍ଘାତିକ ଅଭିଯୋଗ । ଏପରିକି ଅଭିଯୁକ୍ତକୁ ଦୁଷ୍କର୍ମ କରିବାରେ ସହାୟତା ଦେଇଥିଲେ ଏହି ପୋଲିସ ଅଧିକାରୀ । ଏଏସଆଇ ବନମାଳୀ କୁଅଁର ଏବଂ ଅଭିଯୁକ୍ତ ରିକୁକୁ ପୁଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ସୋହେଲା ଥାନା ଅଂଚଳର ନାବାଳିକାଙ୍କୁ ତାଙ୍କ ପ୍ରେମିକ ରିକୁ ନାଗ ଗତ ୮ ତାରିଖରେ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ସୋହେଲା ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ରିକୁ ନାଗକୁ ଅଟକ ରଖିଥିଲା । ତେବେ ନାବାଳିକା ଜଣଙ୍କ ପୁଲିସ ଅଧିକାରୀ ଏବଂ ଅଭିଯୁକ୍ତ ବିରୋଧରେ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ପୁଲିସ ବାବୁ ଜଣକ କେବଳ ଅଭିଯୁକ୍ତକୁ ଦୁଷ୍କର୍ମ କରିବାରେ ସହାୟତା କରିନାହାନ୍ତି ବରଂ ସେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ଗତକାଲି ଏଏସଆଇଙ୍କୁ ସସପେଣ୍ଡ କରାଯାଇଥିଲା । ସେପଟେ ପ୍ରେମିକ ରିକୁ ନାଗ ବିରୋଧରେ ଦୁଷ୍କର୍ମ ମାମଲା ଓ ପୀଡିତା ନାବାଳିକା ହୋଇଥିବାରୁ ପୋକ୍ସୋ ଆକ୍ଟରେ ମଧ୍ୟ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ପୁଲିସ ।

ସମ୍ବନ୍ଧିତ ଖବର