ବରପାଲି: ଗତକାଲି ବୁଧବାର ସନ୍ଧ୍ୟାରେ ବରପାଲି ପୁଲିସ ବିପୁଳ ପରିମାଣର କଫ ସିରଫ ଜବତ କରିଛି । କୌଣସି ସୂତ୍ରରୁ ଏହି କଫ ସିରଫ ଚୋରା ଚାଲାଣ ହେଉଥିବା ଖବର ପାଇ ବରଗଡ଼ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଦୀପକ କୁମାର ଗୋଛାୟତଙ୍କ ତତ୍ତ୍ୱାବଧାନରେ ବରପାଲି ଆଇଆଇସି ରୋଜାଲିନ ପଟେଲଙ୍କ ନେତୃତ୍ୱରେ ପୁଲିସ ଦଳ ବରପାଲି ରାମପୁର ରାସ୍ତାର ବାରଙ୍ଗପାଲି ପୋଲ ନିକଟରେ ଚଢ଼ାଉ କରିଥିଲେ। ଗାଡି ଯାଞ୍ଚ କରୁଥିବା ବେଳେ ଓଡ଼ି ୧୭ ୟୁ ୯୫୪୩ ନମ୍ୱର୍ କାରକୁ ଅଟକାଇ ସେଥିରୁ ବିପୁଳ ପରିମାଣର କଫ ସିରଫ ଓ ନାଇଟ୍ରୋସନ୍ ବଟିକା ଜବଦ କରିଥିଲେ। ପୁଲିସ୍ ଗାଡ଼ି ସମେତ ୪ ଜଣଙ୍କୁ ଗିରଫ କରି ତାଙ୍କଠାରୁ ୪ ଟି ମୋବାଇଲ୍ ଫୋନ୍ ଓ ୫୨,୩୪୦ ଟଙ୍କା ନଗଦ ଜବତ କରିଥିଲା।
ଆଜି ବରଗଡ଼ ଏସ ଡି ପି ଓ ଦୀପକ କୁମାର ଗୋଛାୟତ ବରପାଲି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ଚୁଡ଼ାରାମ ସେଠ୍ (୪୨), ବନାବିରା ସୋହେଲା, ବିଜୁ ଗହୀର (୩୪), ବର୍ଲ୍ଲବହାଲ ବରପାଲି, ପ୍ରମୋଦ ପୋଡ (୨୭), ସୋହେଲା, ଥେଟିଆ ମେହେର(୫୫) ଓ ଲୁହୁରା ଚଟି ।
ଏହି ଅଭିଯାନରେ ଆଇଆଇସି ରୋଜାଲିନ ପଟେଲଙ୍କ ସହ ସବ ଇନ୍ସପେକ୍ଟର ଜୟ ପ୍ରକାଶ ତାଣ୍ଡି, ଏଏସଆଇ ପ୍ରକାଶ ଭୋଇ, ଏଏସ ଆଇ ନରେନ୍ଦ୍ର କୁମାର ପଣ୍ଡା, ହାବିଲଦାର କୀର୍ତ୍ତି ସୁରେନ୍, ଅଶୋକ କୁମାର ଭୋଇ, ସତ୍ୟାନନ୍ଦ ଭୋଇ, ଭାଗ୍ୟବାନ ସା, ମନୋରମା କଲେତ ପ୍ରମୁଖ ସାମିଲ ହୋଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ପୂର୍ବରୁ ମଧ୍ୟ ବରପାଲିରେ ବିପୁଳ ପରିମାଣର କଫ ଶିରଫ୍ ଓ ନିଶା ବଟିକା ପୁଲିସ ଜବତ କରିଥିଲା । ଜିଲ୍ଲା ପୁଲିସ ପ୍ରଶାସନ ଏହି ଚୋରା କଫ ସିରଫ୍ ଚାଲାଣ ରୋକିବା ପାଇଁ ଅଧିକ ସକ୍ରିୟତାର ସହ କାର୍ଯ୍ୟ କରିବା ପାଇଁ ସାଧାରଣ ରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/a93c9da4-c31f-4ee6-8a71-584fe6a3e432.jpg)