ବରଗଡ଼: ବରଗଡ଼ ଜିଲ୍ଲା ବାଉଲସି˚ହା ଠାରେ ପ୍ରସ୍ତାବିତ ଇଥାନଲ ପ୍ଲାଣ୍ଟର ଶିଳାନ୍ୟାସ ପରଠୁଁ ଆରମ୍ଭ ହୋଇଯାଇଛି ବିଜେପି- ବିଜେଡି ବାକ୍ଯୁଦ୍ଧ। ମୁହାଁମୁହିଁ ହୋଇଥିଲେ ସା˚ସଦ ପ୍ରସନ୍ନ ଆଚାର୍ଯ୍ୟ ଏବ˚ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମ˚ଚ ଉପରେ ପ୍ରସନ୍ନ ଏହି ପ୍ରକଳ୍ପ ପାଇଁ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ। କିନ୍ତୁ ବିକାଶ ପାଇଁ ରାଜନୈତିକ ଚଷମା ଖୋଲି କାମ କରିବାକୁ ପରାମର୍ଶ ଦେଇଥିଲେ। ଅପରପକ୍ଷେ ଧର୍ମେନ୍ଦ୍ର ନିଜକୁ ପ୍ରସନ୍ନଙ୍କ ବଡ଼ ପ୍ରଶ˚ସକ ବୋଲି ଘୋଷଣା କରିଥିଲେ। ପ୍ରସନ୍ନ ବାବୁ ନିଜ ଚେଲାମାନଙ୍କୁ ରାଜନୈତିକ ଚଷମା ଖୋଲିବାକୁ କୁହନ୍ତୁ ବୋଲି ଧର୍ମେନ୍ଦ୍ର ଜବାବ ରଖିଥିଲେ।
ଏହାପରେ ଧର୍ମେନ୍ଦ୍ରଙ୍କୁ ତେରଛା ଭାବରେ ଟାର୍ଗେଟ କରିଥିଲେ ସା˚ସଦ ଶ୍ରୀ ଆଚାର୍ଯ୍ୟ। କହିଥିଲେ, ଇଥାନଲ ପ୍ରକଳ୍ପ ପାଇଁ ପାଣି କେଉଁଠୁ ଆସିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଛତିଶଗଡ଼ ମହାନଦୀକୁ ଶୁଷ୍କ କରିବା ପାଇଁ ଛତିଶଗଡ଼ ଷଡ଼ଯନ୍ତ୍ର କରିଛି। ଚାଷୀକୁ ପାଣି ନିଅଣ୍ଟ ହେଉଛି। ଏଭଳି ସ୍ଥିତିରେ ଇଥାନଲ ପ୍ଲାଣ୍ଟକୁ ଆବଶ୍ୟକତା ଅନୁଯାୟୀ ପାଣି କେଉଁଠୁ ଆସିବ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ। କାରଖାନାର ଯୋଜନା କରିଥିବା ଲୋକେ ଏଥିପ୍ରତି ସଚେତନ ଥିବେ ବୋଲି ସେ ବକ୍ରୋକ୍ତି କରିଥିଲେ। ପ୍ରକଳ୍ପ ଶୀଘ୍ର ଶେଷ ହେଉ ବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି। କିନ୍ତୁ ପ୍ରକଳ୍ପର ଅନ୍ତରାଳେ ରାଜନୀତି ନହେଉ। କେଉଁ ମ˚ଚରେ କେଉଁ କଥା କହିବା କଥା ବିଜେଡିକୁ ଠିକ୍ ଜଣା। ଆମ ଉପରକୁ ଆକ୍ରମଣ ହେଲେ ସ୍ଥାନ, କାଳ ଓ ପାତ୍ର ଦେଖି ପ୍ରତିଆକ୍ରମଣ କରିବାର ଦକ୍ଷତା ରହିଛି। ରାଜ୍ୟରେ ବିକାଶ ପ୍ରକ୍ରିୟାକୁ କିଛି ରାଜନୈତିକ ଦଳ ବିନାଶ ପଥକୁ ନେଉଛନ୍ତି ବୋଲି ପ୍ରସନ୍ନ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ବଡ଼ ଉପଲବ୍ଧି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ଟଙ୍କା ଦେଇ ନଡ଼ା କିଣିବ। ସବୁ ଖର୍ଚ୍ଚ ବହନ କରିବ। କିନ୍ତୁ ନଡ଼ା କିଣା ପ୍ରକ୍ରିୟାରେ ଯେଭଳି କୌଣସି ମଧୢସ୍ଥି ନରୁହନ୍ତି, ସେଥି ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ଉଚିତ। ଏଠାରେ ଯେଉଁ ନେତୃମଣ୍ତଳୀ ଅଛନ୍ତି, ସେମାନେ ନିଜ ଦାୟିତ୍ବ ବହନ କରନ୍ତୁ ବୋଲି ଧର୍ମେନ୍ଦ୍ର ଆହ୍ବାନ କରିଛନ୍ତିି। ଉଭୟ ନେତାଙ୍କ ଟିପ୍ପଣୀ ରାଜନୈତିକ ମାହୋଲକୁ ନିର୍ବାଚନ ପୂର୍ବରୁ ତେଜି ଦେଇଛି।
ଇଥାନଲ୍ ପ୍ଲାଣ୍ଟ ପ୍ରସଂଗ:ଧମେନ୍ଦ୍ରଙ୍କୁ ପ୍ରସନ୍ନଙ୍କ ତେରଛା ଟାର୍ଗେଟ୍
/sambad/media/post_attachments/wp-content/uploads/2018/10/prasanna.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)