ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ ଦାବି

ବରଗଡ଼: ବରଗଡ଼ ସହରରେ ଜଣେ ହେମ୍‌ ନର୍ସଙ୍କୁ ଦୁଷ୍କର୍ମ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ତେବେ ମାମଲାର ଅଭିଯୁକ୍ତ ଓମ୍‌ ପନସାରୀଙ୍କୁ ଏଯାଏଁ ପୁଲିସ୍‌ ଗିରଫ କରିନାହିଁ। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ବିଭିନ୍ନ ସାମଜିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମରକ ପତ୍ର ଦିଆଯାଇଛି। ମେରିୟମ ବାର୍ଲାଙ୍କ ନେତୃତ୍ୱରେ ବିର୍ସା ମୁଣ୍ଡା ସଂଘର୍ଷ ବାହିନୀ, ଶକୁନ୍ତଳା ସୁନା, ପଙ୍କଜିନୀ ଲୁହା, ସବିତା ଜାଲ, ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଗଠନ, ପବିତ୍ର ଦେହେରୀ ସାମଜିକ କର୍ମକର୍ତ୍ତା, ଭବାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର